Patra electronics

ମୋଟୋରୋଲା ଆଣିଲା ନୂଆ ମଡେଲ, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ମୋଟୋରୋଲା ନିଜ ଦମଦାର ସ୍ମାର୍ଟଫୋନ୍ ମୋଟୋ ଏଜ୍ ୫୦ ନିଓ ବଜାରକୁ ନେଇଆସିଛି । ଏହି ସ୍ମାର୍ଟଫୋନ୍ ବହୁତ ହାଲୁକା ହେବା ସହ ପାଣି ଓ ଧୂଳିରୁ ନିଜକୁ ରକ୍ଷା କରିପାରିବ । ଏହାର ଦାମ୍ ୨୨,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ୨୪ ସେପ୍ଟେମ୍ବରରୁ ଏହି ଫୋନ୍ ଫ୍ଲିପକାର୍ଟ ଏବଂ ମୋଟୋରୋଲା ଓ୍ବେବସାଇଟରୁ କ୍ରୟ କରିପାରିବେ ଗ୍ରାହକ ।

ଏଥିରେ ୬.୪ ଇଞ୍ଚର ସୁପର ଏଚଡି ଏଲଟିପିଓ ଡିସପ୍ଲେ ରହିଛି । ୩ ହଜାର ନିଟ୍ସ ବ୍ରାଇଟନେସ୍ ସହ ଏଥିରେ ମିଡିଆଟେକ୍ ଡାଇମେନସିଟି ୭୩୦୦ ପ୍ରୋସେସର ରହିଛି । ପ୍ରାଇମେରୀ କ୍ୟାମେରା ରୂପେ ଏଥିରେ ୫୦ ଏମପିର ଲେନ୍ସ ମିଳୁଛି । ସେହିଭଳି ଟେଲିଫଟୋ ପାଇଁ ୧୦ ଏମପି ଓ ଅଲ୍ଟ୍ରା ଓ୍ବାଇଡ୍ ପାଇଁ ୧୩ ଏମପିର କ୍ୟାମେରା ଲେନ୍ସ ରହିଛି । ଫ୍ରଣ୍ଟରେ ୩୨ ଏମପିର କ୍ୟାମେରା ରହିଛି । ସ୍ମାର୍ଟଫୋନ୍ ୮ ଜିବି ଓ ୨୫୬ ଜିବି ମେମୋରୀ ଭେରିଏଣ୍ଟରେ ଆସିବ ।

Comments are closed.