ଦୁଷ୍କର୍ମ ମାମଲାରେ ଛନ୍ଦି ହେଲେ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟର
ସମାଜ ଡିଜିଟାଲ ଡେସ୍କ: ଜାତୀୟ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟରଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ତାଙ୍କ କାର୍ଯ୍ୟ କରୁଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଜାନି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ପୀଡ଼ିତା ଜଣକ ଏ ସମ୍ପର୍କରେ ପ୍ରଥମେ ରାଇଦୁର୍ଗମ ଥାନାରେ ଅଭିଯୋଗ କରିଥିଲେ। ପରେ ମାମଲାଟିକୁ ନାରସିଙ୍ଗି ଥାନାକୁ ପଠାଇ ଦିଆଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ପୀଡ଼ିତା ଜାନି ମାଷ୍ଟରଙ୍କ ସହିତ କିଛି ବର୍ଷ ହେବ କାମ କରିଆସୁଥିଲେ। ଦେଶର ବିଭିନ୍ନ ସ୍ଥାନରେ ଶୁଟିଂ କାର୍ଯ୍ୟ ପାଇଁ ସେ ଜାନିଙ୍କ ସହିତ ଗସ୍ତ କରୁଥିଲେ। ଏହି ସମୟ ମଧ୍ୟରେ ଜାନି ତାଙ୍କୁ ଦୁଷ୍କର୍ମ କରିବା ସହିତ ଏ ବିଷୟରେ ପ୍ରଘଟ ନ କରିବାକୁ ଚେତାବନୀ ଦେଇଥିଲେ। ଭାରତୀୟ ନ୍ୟାୟ ସଂହିତା ଅଧୀନ ବିଭିନ୍ନ ଧାରାରେ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ନାରସିଙ୍ଗି ଥାନାର ଜଣେ ଅଧିକାରୀ ଜି. ହରି କ୍ରିଷ୍ଣା ରେଡ୍ଡୀ କହିଛନ୍ତି।
Comments are closed.