www.samajalive.in
Friday, December 5, 2025
27.1 C
Bhubaneswar

ସରକାରୀ ଦୋକାନରୁ ନକଲି ମଦ ବୋତଲ ଜବତ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମତ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍‌‌ ଚଢଉ କରାଯାଇଛି। ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ମଦରେ ପାଣି ମିଶାଇ ସିଲ୍‌‌ କରାଯାଉଥିଲା। ଯାହାକୁ ଅନ୍ୟ ଗ୍ରାହକମାନେ କିଣି ନେଉଥିଲେ। ହେଲେ କେହି ଏହାର ଟେର ପାଉନାହାଁନ୍ତି। ନିକଟରେ ଚିକିଟି ମଦ ମୃତ୍ୟୁ ଘଟଣାରେ ଅନେକ ଲୋକପ୍ରାଣ ହରାଇଥିବା ବେଳେ ଅବକାରୀ ବିଭାଗର ନିଦ ଭାଙ୍ଗିଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍‌‌ ସରକାରୀ ଲାଇସେନ୍ସ ପ୍ରାପ୍ତ ଏହି ଦୋକାନରେ ଚଢାଉ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories