www.samajalive.in
Sunday, December 14, 2025
17.1 C
Bhubaneswar

ଅଜଗରକୁ ମାରି ରାସ୍ତାରେ ଘୋଷାଡ଼ିଲେ, ଖଣ୍ଡ ଖଣ୍ଡ କରି ବାଣ୍ଟି ନେଲେ: ୪ ଗିରଫ

ବାରିପଦା : ଏକ ଅଜଗର ସାପକୁ ମାରି ଗାଁ ରାସ୍ତାରେ ଘୋଷାଡି ନେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବାରିପଦା ବନଖଣ୍ଡ ପକ୍ଷରୁ ଏହାର ତଦନ୍ତ କରାଯିବା ସହ ଏଥିରେ ସଂପୃକ୍ତି ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ବନାଞ୍ଚଳର କୁଳିଅଣା ସେକ୍ସନ କାଠଶୀର୍ଷି ହୁଡି ନିକଟ ସୌରି ଗ୍ରାମରେ ଶୁକ୍ରବାର ଅପରାହ୍ଣରେ ଏକ ବିରାଟକାୟ ଅଜଗର ସାପକୁ ମାରିବା ପରେ ରାସ୍ତାରେ ଘୋଷାଡି ଘୋଷାଡି ନେବା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ସେହି ଭିଡିଓକୁ ଆଧାର କରି ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ସହକାରୀ ବନ ସଂରକ୍ଷକ(ଏନଫୋର୍ସମେଣ୍ଟ ଏଣ୍ଡ କ୍ରାଇମ କଣ୍ଟ୍ରୋଲ) ରବିନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ତଦନ୍ତ କରିଛନ୍ତି। ଶନିବାର ଅପରାହ୍ଣରେ ୪ଜଣଙ୍କୁ ଗିରଫ କରାଯିବା ସହିତ କଟୁରି ଓ କଟା ଯାଇଥିବା ମୃତ ସାପର କିଛି ଅଂଶ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ସାପକୁ ଧରି ଗାଁ ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବା ମୁଖ୍ୟ ଅଭିଯୁକ୍ତ ବାରିଆଲ ମାର୍ଣ୍ଡି  , ସାପ ଉପରେ ଚଢି ଦଳୁଥିବା ବାବୁଲା ସିଂ  ଏବଂ ଦୁଇଜଣ ସହଯୋଗୀ ମଥୁରା ମାର୍ଣ୍ଡି ଓ କାମ ମାର୍ଣ୍ଡି । ଏ ସମ୍ପର୍କରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ର ୯, ୩୯ ଓ ୫୧ ଧାରାରେ ମାମଲା ରୁଜୁୁ ହୋଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ସଫେଇ ଅନୁଯାୟୀ, ସେମାନେ ନିକଟସ୍ଥ କାଠଶୀର୍ଷି ହୁଡିକୁ ଛେଳି ଚରାଇବାକୁ ଯାଇ ଫେରୁଥିବା ବେଳେ ଅଜଗର ସାପଟି ଛେଳିକୁ ଖାଇବା ପାଇଁ ଚେଷ୍ଟା କରୁଥିଲା। ତାକୁ ପ୍ରତିରୋଧ କରିବା ପାଇଁ ଯାଇ ସେମାନେ ସାପଟିକୁ ପଥରେ ଛେଚି ମାରିଥିଲେ। ତତସହିତ ସାପଟିକୁ ଖଣ୍ଡ ଖଣ୍ଡ କରି କାଟି ନିଜ ମଧ୍ୟରେ ଭାଗ ବଣ୍ଟରା କରିଥିଲେ। ଖଣ୍ଡ ଖଣ୍ଡ କରାଯାଇଥିବା ସାପଟିର ବିଭିନ୍ନ ଅଂଶକୁ ଜବତ କରାଯିବା ପାଇଁ ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି। ସାପଟି ମଧ୍ୟମ ବୟସ୍କ ଓ ଲମ୍ବ ପ୍ରାୟ ୧୨ଫୁଟ ହେବ। ତାହା ବିଲୁପ୍ତ ପ୍ରାୟ ବନ୍ୟପ୍ରାଣୀ ପ୍ରଜାତିର ୧- ଶ୍ରେଣୀର ଅନ୍ତର୍ଭୁକ୍ତ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories