www.samajalive.in
Friday, December 5, 2025
20.1 C
Bhubaneswar

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ସେପ୍ଟେମ୍ବର ମାସରେ ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଗୁରୁ ବୃହସ୍ପତି ଏହି ସମୟରେ ବୃଷ ରାଶିରେ ରହିଛନ୍ତି । ସେହିପରି ଚନ୍ଦ୍ରମା ବୃଷ ରାଶିରେ ୨୨ ସେପ୍ଟେମ୍ବରରେ ସକାଳ ୬ଟା ୯ ମିନିଟରେ ଚଳନ କରିବେ । ସେହି ସମୟରେ ଗୁରୁ ଓ ଚନ୍ଦ୍ରମା ଏକାଠି ହୋଇ ଗଜକେସରୀ ଯୋଗ ସୃଷ୍ଟି ହେବ । ୨୩ ସେପ୍ଟେମ୍ବରରେ ଗଜକେସରୀ ଯୋଗ ସହ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ ଓ ଅମୃତ ସିଦ୍ଧି ଯୋଗର ସଂଯୋଗ ରହିଛି । ଏହି ଗଜକେସରୀ ଯୋଗ ଫଳରେ ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ କେଉଁ ରାଶି ମାନେ ଶୁଭଫଳ ପାଇବେ..

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ସ୍ୱାମୀ ଚନ୍ଦ୍ରମା ଗ୍ରହ। ଗଜକେସରୀ ଯୋଗ ଏହି ରାଶିଙ୍କୁ ଖୁବ୍‌ ଲାଭ ଦେବ। କୌଣସି ବଡ ସ୍ୱପ୍ନ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ପରିବାରରେ ସୁଖସମୟ ଅତିବାହିତ କରିବେ । ମନ ଖୁସି ରହିବ । ବ୍ୟବସାୟୀ ଲାଭବାନ୍‌ ହେବେ । ନୂତନ କାମ ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଚନ୍ଦ୍ରମା ଓ ଗୁରୁଙ୍କ କୃପାରୁ ଆପଣଙ୍କ ଯଶ ଓ କୀର୍ତ୍ତିରେ ବୃଦ୍ଧି ହେବ ।

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

- Advertisement -

ସିଂହ – ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । ସକରାତ୍ମକ ପ୍ରଭାବ କାରଣରୁ ନୂଆ ଗାଡି କିଣିପାରିବେ । ଘର କିମ୍ବା କୌଣସି ଦାମୀ ଜିନିଷ କିଣିପାରିବେ । ସମ୍ପତ୍ତି ବୃଦ୍ଧି ହେବ । ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ସ୍ଥିର ହେବ । ଧନ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଜୀବନସାଥୀଙ୍କ ସହ ହସଖୁସିର ସମୟ ଅତିବାହିତ କରିବେ ।

ଭିଡିଓରେ ଦେଖନ୍ତୁ ; ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ନୂଆ ଭୂମି କିଣି ପାରିବେ । ବିବାହ ସ୍ଥିର ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ସଫଳତା ମିଳିବ ।

ମକର – ଗଜକେସରୀ ଯୋଗ ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଖୁବ୍‌ ଶୀଘ୍ର ଉନ୍ନତି କରିବେ । ଆମଦାନୀ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଶିକ୍ଷାରେ ଜଡିତ ଲୋକେ ଉନ୍ନତି କରିବେ। ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ। ନୂଆ କାମ ଆରମ୍ଭ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ମାନସିକ ଶାନ୍ତି ମିଳିବ ।

ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories