କେନ୍ଦ୍ରାପଡା : ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗଜରାଜପୁର ଗାଁର ଧରଣୀ ବରାଳଙ୍କ ପୋଖରୀରେ କୁମ୍ଭୀର ରହୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ପୂର୍ବରୁ ଖବର ଦେଇଥିଲେ।। ମାତ୍ର ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ପାରିନଥିଲା। ୧୪ ତାରିଖ ଶନିବାର ସକାଳୁ କୁମ୍ଭୀରଟି ଧରଣୀଙ୍କ ପୋଖରୀରୁ ବାହାରି ପାଖରେ ଥିବା ଅନ୍ୟ ଏକ ପୋଖରୀକୁ ଯାଉଥିବା ସମୟରେ ଗାଁରେ ଜଣେ ଯୁବକ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲା।
ଗାଁ ଲୋକେ ଆସି ଜାଲ ସାହାଯ୍ୟରେ ଦଶରଥ ବରାଳଙ୍କ ପୋଖରୀରୁ ଏହି ସାଢେ ଚାରିଫୁଟର କୁମ୍ଭୀରଟିକୁ ଉଦ୍ଧାର କରି ବାନ୍ଧି ପକାଇ ଥିଲେ। ଏହା ପରେ ବନବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପହଂଚି କୁମ୍ଭୀରଟିକୁ ନେଇ ବାଉଁଶଗଡ଼ ନଦୀରେ ଛାଡ଼ିଥିବା ନେଇ ଜଣାପଡିଛି।



