Patra electronics

ଜମ୍ମୁ-କାଶ୍ମୀର; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ, କିସ୍ତଓ୍ବାରରେ ୨ ଯବାନ ଶହୀଦ୍‌..

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ୨ଟି ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବାରାମୂଳାର ଚକ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ସହ ଗୁଳିବିନିମୟ ଜାରି ରହିଛି ।

କଟକରେ ଅଘଟଣ ; ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ

ମାତ୍ର ଏହାପୂର୍ବରୁ ଶୁକ୍ରବାର କିସ୍ତଓ୍ବାରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ସମୟରେ ସେନାର ଦୁଇ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କିସ୍ତଓ୍ବାରରୁ ୪୫ କିଲୋମିଟର ଦୂର ଛାତ୍ରୁ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସେନାର ଦୁଇ ଯବାନ ଶହୀଦ ହୋଇଛନ୍ତି । ୨ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଚିିକିତ୍ସା କରାଯାଉଛି ।

Comments are closed.