www.samajalive.in
Sunday, December 14, 2025
17.1 C
Bhubaneswar

ଆଜିଠୁ ୩ ଦିନ ଯାଏଁ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡିବା ମନା

ଭୁବନେଶ୍ଵର: ୩ ଦିନ ଯାଏଁ ହେଡ୍‌ କ୍ଵାଟରର୍ସ ଛାଡି ଯାଇପାରିବେନି ସରକାରୀ ବାବୁ। ଛୁଟି ଦିନରେ ବି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ଆବଶ୍ୟକ ପଡିଲେ ସଟ୍ ନୋଟିସ୍ ରେ ତୁରନ୍ତ ଅଫିସ ରେ ହାଜର ହେବାକୁ ପଡିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୧୪ରୁ ୧୬ ତାରିଖ ଅର୍ଥାତ୍ ଆଜିଠାରୁ ସେପ୍ଟେମ୍ବର ୧୬ ତାରିଖ ଯାଏଁ କୌଣସି ସରକାରୀ ଅଧିକାରୀ ହେଡ୍ କ୍ଵାଟର୍ସ ଛାଡି ଯାଇପାରିବେ ନାହିଁ ବୋଲି ନିର୍ଦେଶ ରହିଛି। ଆଜି ମାସର ଦ୍ଵିତୀୟ ଶନିବାର ହୋଇଥିବାବେଳେ କାଲି ରବିବାର ଏବଂ ସୋମବାର ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଥିବାରୁ ସରକାରୀ ଛୁଟି ରହିଛି। ଏହା ସତ୍ବେ ମଧ୍ୟ ଛୁଟି ଦିନରେ ବି ହେଡକ୍ଵାଟର୍ସ ଛାଡି ନଯିବା ଲାଗି ସରକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ରହିଛି। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଥିବାବେଳେ ପିଏମଙ୍କ ଗସ୍ତକୁ ନଜରରେ ରଖି ଏଭଳି ନିର୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories