www.samajalive.in
Saturday, December 13, 2025
23.1 C
Bhubaneswar

ଟାଟୁ କରନ୍ତୁ, ମିଳିବ ମାଗଣାରେ ପିଜ୍ଜା

ସଂଖ୍ୟାଧିକ କମ୍ପାନୀ ନିଜର ଲୋକପ୍ରିୟତା ନିମନ୍ତେ ଅନେକ ପ୍ରକାର ବ୍ୟାବସାୟିକ ପଦ୍ଧତି ଅବଲମ୍ବନ କରନ୍ତି। ଗ୍ରାହକଙ୍କୁ ଆକୃଷ୍ଟ ତଥା କମ୍ପାନୀର ପ୍ରଚାର ନିମନ୍ତେ ଏହିଭଳି ଏକ ପଦକ୍ଷେପ ନେଇଛି ବିଶ୍ବସ୍ତରୀୟ ନାମକରା ପିଜ୍ଜା କମ୍ପାନୀ। ଭାଲେଣ୍ଟାଇନ୍ ଦିବସ ବିଶ୍ବର ବିଭିନ୍ନ ପ୍ରାନ୍ତରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ପାଶ୍ଚାତ୍ୟ ରାଷ୍ଟ୍ରରେ ଏହି ଦିବସର ଆଦର ଖୁବ୍ ଅଧିକ। ଇଂଲଣ୍ଡରେ ଭାଲେଣ୍ଟାଇନ୍ ଦିବସ ଜାକଜମକରେ ପାଳିତ ହେବା ସହ ଗ୍ରାହକଙ୍କୁ ଉପଲବ୍ଧ କରାଯାଇଥିଲା ବିଶେଷ ସୁବିଧା। କମ୍ପାନୀ ତରଫରୁ ଘୋଷଣା କରାଯାଇଥିଲା, ଯେଉଁ ବର୍ଗର ଗ୍ରାହକମାନେ ନିଜ ଶରୀରରେ ‘ଆଇ ଲଭ୍ ପିଜ୍ଜା’ ଟାଟୁ କରିବେ, ବର୍ଷଯାକ ସେମାନଙ୍କୁ ପିଜ୍ଜା ମାଗଣାରେ ମିଳିବ। ଲୋକପ୍ରିୟ ଟାଟୁ ଡିଜାଇନର ଏଲିସ୍ ପେରିନଙ୍କ ଦ୍ବାରା ଡିଜାଇନ୍ ହୋଇଥିବା ଟାଟୁଗୁଡ଼ିକ ଗ୍ରାହକଙ୍କ ଶରୀରରେ କରାଯିବ। କମ୍ପାନୀର ଏଭଳି ଘୋଷଣା କେବଳ ଗୋଟିଏ ଦିନ ପାଇଁ କାର୍ୟ୍ୟକାରୀ ହୋଇଥିଲା। ଇଂଲଣ୍ଡର ବିଭିନ୍ନ ପ୍ରାନ୍ତରୁ ୧୦ହଜାରରୁ ଅଧିକ ଲୋକେ ଏହି ଟାଟୁ କରାଇ ବର୍ଷଯାକ ମାଗଣାରେ ପିଜ୍ଜା ପାଇବାର ସୁବିଧା ହାସଲ କରିଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories