ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ, ଏକ ସଭାରେ ଜୋତା ମାଡ
ବିଜେପୁର: ବିଜେପୁରରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ହୋଇଛି । ନିର୍ବାଚନୀ ସଭାରେ ଉପସ୍ଥିତ ଥିବା ଜଣେ ଯୁବକ ଜୋତ ମାଡ କରିଛନ୍ତି । ସୁରକ୍ଷା କର୍ମୀ ଗୋଟିଏ ଜୋତା ଧରି ପକାଇଥିବା ବେଳେ ଆଉ ଗୋଟିଏ ସଭା ମଞ୍ଚରେ ପଡିଥିଲା । ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି । କେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ କରାଯାଇଛି ତାହାର କାରଣ ଜଣା ପଡି ନାହିଁ ।