www.samajalive.in
Wednesday, December 10, 2025
16.1 C
Bhubaneswar

ମିନିଟ୍ରକ ଓଲଟି ୪ ମୃତ ୧୦ ଗୁରୁତର

ଭବାନୀପାଟଣା : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରୁ କଲମପୁର ଯାଉଥିବା ଏକ ମିନି ଟ୍ରକ ଓଲଟି ପଡିବାରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । କଲମପୁରର ବନ୍ଧନିକା ସାପ୍ତାହିକ ହାଟକୁ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ନିଜ ଜିନିଷ ନେଇ ଏହି ମିନି ଟ୍ରକରେ ଯାଉଥିଲେ । ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଏହି ମିନି ଟ୍ରକଟି ଓଲଟି ପଡିଥିଲା।ମୃତକଙ୍କ ମଧ୍ୟରେ  ଜୟପାଟଣା ବ୍ଲକର ୟୁ ଏସ ନାଗ , ପ୍ରେମରାଜ ନାଗ, କୁମାର ନାଗ ଓ ବେଲା ନାଗ ଅଛନ୍ତି । ।ଏମାନେ ସମସ୍ତେ ଉକ୍ତସପ୍ତାହିକ ବଜାର କୁ ବିଭିନ୍ନ ସମଗ୍ରୀ ବିକ୍ରି କରିବାପାଇଁ ଯାଉଥିଲେ । ଗୁରୁତରମାନଙ୍କୁ ଜୟପାଟଣା ଓ କଲମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories