www.samajalive.in
Sunday, December 7, 2025
23.1 C
Bhubaneswar

ଶିତଳାପଲ୍ଲୀ ଠାରେ ଥିବା ଘରୋଇ ଡାକ୍ତରଖାନରେ ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବା ନେଇ ଉତ୍ତେଜନା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଶିତଲାପଲ୍ଲୀ ଠାରେ ଥିବା ଏକ ଘରୋଇ ଡାକ୍ତରଖାନ ରେ ରୋଗୀ ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାଧିକ ବିଲ୍ ଆଦାୟ ଅଭିଯୋଗ ରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁଯାୟୀ ବାବୁଲା ପଲ୍ଲୀ ର ଜଣେ ଗୁରୁତର ରୋଗୀ ଜି ଭୀମସେନ (୭୦) କୁ ଗତ ୧୦ ତାରିଖ ସନ୍ଧ୍ୟା ରେ ଡାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା।
ଭୀମସେନକୁ ଚିକିତ୍ସା ସହ ଏମ ଆର ଆଇ କଡ଼ା ଯିବା ପରେ ରାତି ୧୧ ଟା ବେଳେ ଆଇସିୟୁ କୁ ନିଆଯାଇଥିଲା।ଆଜି ସକାଳ ୮ ଟା ବେଳେ ଭୀମସେନ ଙ୍କ ଚିକିତ୍ସିତ ଅବସ୍ଥାରେ ଆଇସିୟୁ ରେ ମୃତ୍ୟୁ ଘଟିଥିଲା। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରିବାର ସଦସ୍ୟଙ୍କୁ ୨୫ ହଜାର ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିବା ବେଳେ ଭୀମସେନ ଙ୍କ ମୃତ୍ୟୁ ନେଇ କୈାଣସି ସୂଚନା ଦିଆଯାଇନଥିଲା ବୋଲି ତାଙ୍କ ପୁଅ ଜି ମୂରଲୀ ଅଭିଯୋଗ କରିଛନ୍ତି। ଏହା ସହ ଆଜି ସକାଳେ ମୃତ୍ୟୁ ଘଟିଥିବା ବେଳେ ଆଜିର ଆଇସିୟୁ ଭଡ଼ା ବାବଦରେ ମଧ୍ୟ ବିଲ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି।
ଘଟଣା ନେଇ ପରିବାର ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବା ସମୟରେ ଡ଼ାକ୍ତରଖାନା କର୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କୁ ଅସଦବ୍ୟବହାର କରଯାଇଥିଲା ବୋଲି ମୂରଲୀ କହିଛନ୍ତି। ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା।ଖବର ପାଇ ବିଜେପି କରାପଲ୍ଲୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଖାନା କର୍ତୃପକ୍ଷ ଙ୍କ ମନମାନୀ କରୁଥିବା ନେଇ ଅଭିଯୋଗ କରିବା ସହ ଡାକ୍ତରଖାନା କର୍ତୁପକ୍ଷ ଙ୍କ ପକ୍ଷରୁ ରୋଗୀ ଙ୍କ ପରିବାର ପକ୍ଷରୁ ନିଆଯାଇଥିବା ସମସ୍ତ ଅର୍ଥ ଫେରାଇବାକୁ ଦାବି ଜଣାଇଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories