www.samajalive.in
Tuesday, December 9, 2025
16.1 C
Bhubaneswar

କାରରୁ ସାଢେ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବଡ଼ମ୍ବା : ଚୋରା ଚାଲାଣବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହିତ ଏକ ଇନୋଭା କାରକୁ ବଡ଼ମ୍ବା ପୁଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇ ୧୫୨ କେଜିର ହୋଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ସାଢେ ୭ଲକ୍ଷ ଟଙ୍କା ହେବ ବୋଲି ବଡ଼ମ୍ବା ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ବଡ଼ମ୍ବା ପୁଲିସର ଏକ ଦଳ ନିୟମିତ ପଇଁତରା ମାରୁଥିବାବେଳେ ଆଇଆଇସି ଭଦ୍ରା ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବଦୈଶ୍ୱର ପଟୁ ସିଂହନାଥ ଟି ବ୍ରିଜ ହୋଇ ଏକ ଇନୋଭା କାର ଯୋଗେ ବିପୁଳ ପରିମାଣର ଚୋରା ଗଞ୍ଜେଇ ଆସୁଛି ।

ଆଇଆଇସି ଶ୍ରୀ ଭଦ୍ରା ସଙ୍ଗେ ସଙ୍ଗେ ସନ୍ଦିଗ୍ଧ ଗାଡ଼ିକୁ କାବୁ କରିବାକୁ ପଇଁତରା ଦଳକୁ ନିର୍ଦ୍ଦେଶ ଦେଇଥିଲେ । ବଡ଼ମ୍ବା ଥାନା ପୁଲିସ ଉପ ନିରୀକ୍ଷକ(ଏସଆଇ) ବିଶ୍ୱବନ୍ଦିତା ସାହୁ ଏବଂ ସହକାରୀ ଉପ ନୀରିକ୍ଷକ ଗଙ୍ଗାଧର କଅଁର କଡ଼ା କସରତ ପରେ ଦ୍ରୁତ ଗତିରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ କାରକୁ ଜବତ କରିବାକୁ ସକ୍ଷମ ହୋଇଥିଲେ । ଗିରଫ ଦୁଇ ଅଭିଯୁକ୍ତ ଆଠଗଡ଼ର ହୋଇଥିବାବେଳେ ଗଞ୍ଜେଇ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳକୁ ଚାଲାଣ କରାଯିବାକୁ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories