Patra electronics

ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ

ସମାଜ ଡିଜିଟାଲ ଡେସ୍କ: ସୁନା କିଣୁଥିଲେ ସାବଧାନ। କାରଣ ଗ୍ରାହକଙ୍କ ଠକୁଛନ୍ତି ଅସାଧୁ ସୁନା ବ୍ୟବସାୟୀ। ସୁନାର ମାନ ଓ ମାପ ଓଜନରେ ଠକେଇ ହେଉଛି। ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩,୧୨୫ଟି ଚଢାଉରୁ ୧୧୬ଜଣ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକୁଥିବା ଜଣାପଡ଼ିଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୩ଲକ୍ଷ ୧୩ହଜାର ୮ଶହ ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ସର୍ବାଧିକ ଠକେଇ ହୋଇଛି। ଗତ ବର୍ଷ ୪୯୫ ଅସାଧୁ ସୁନା ବ୍ୟବସାୟୀ ଧରାପଡ଼ିଥିବା ମନ୍ତ୍ରୀ କହିଛନ୍ତି।

Comments are closed.