www.samajalive.in
Monday, December 15, 2025
16.1 C
Bhubaneswar

ବିନା ପରିଚୟ ପତ୍ରରେ ରେଭେନ୍ସା ମନା

କଟକ : ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ନେଇ ଦେଖାଦେଇଥିବା  ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ଵବିଦ୍ୟାଳୟ ପରିସରର ସୁରକ୍ଷାକୁ କଡାକଡି କରିଛନ୍ତି। ରେଭେନ୍ସା ପରିସରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବା ସହ ପରିସରକୁ ଆସୁଥିବା ବ୍ୟକ୍ତିଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚରାଯାଉଛି। ଯେଉଁମାନଙ୍କ ନିକଟରେ ପରିଚୟ ପତ୍ର କିମ୍ବା ଆସିବାର ଯୁକ୍ତିଯୁକ୍ତ କାରଣ ନାହିଁ, ସେମାନଙ୍କୁ ପରି ସର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଆଜିଠାରୁ ୩ ଦିନ ଛୁଟି ପାଇଁ ଅବଶ୍ୟ ହଷ୍ଟେଲ ଛାତ୍ରଛାତ୍ରୀ ଘରକୁ ପଳାଉଥିବାରୁ ବିଶ୍ଵ ବିଦ୍ୟାଳୟ ପରିଚୟ ଏକ ପ୍ରକାର ଶୂନଶାନ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ୍ ମୁତୟନ କରିବାକୁ ଡିସିପିଙ୍କୁ ଚିଠି ଲେଖିବା ପରେ ଶୁକ୍ରବାର ସନ୍ଧ୍ୟାରୁ ମୁଖ୍ୟ ଫାଟକରେ ପୁଲିସ୍ ମୁତୟନ ହୋଇଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories