www.samajalive.in
Monday, December 15, 2025
16.1 C
Bhubaneswar

ହାତୀଙ୍କୁ ଜଗିବ ‘ଥର୍ମାଲ କ୍ୟାମେରା’

ଅନୁଗୋଳ : ଅନୁଗୋଳ ବନଖଣ୍ଡରେ ଦୀର୍ଘବର୍ଷ ହେବ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ହାତୀପଲ ଜଙ୍ଗଲ ଛାଡି ଗାଁ ଗଣ୍ଡାରେ ପଶିବା ସହ ଲୋକଙ୍କ ଧନଜୀବନ ନଷ୍ଟ କରୁଛନ୍ତି। ଏଭଳି ସ୍ଥଳେ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ବନଖଣ୍ଡ ପକ୍ଷରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ‘ଥର୍ମାଲ କ୍ୟାମେରା’ ଜରିଆରେ ହାତୀ ଗତିବିଧି ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଯାହା ଉଭୟ ଜଙ୍ଗଲୀ ଜନ୍ତୁ ଓ ଜଙ୍ଗଲରେ ଲାଗୁଥିବା ନିଆଁର ସୂଚନା ମିଳିପାରିବ। ସାଧାରଣ କ୍ୟାମେରାଠାରୁ ଏହି କ୍ୟାମେରା ଅଧିକ ଦକ୍ଷତାସମ୍ପନ୍ନ । କୌଣସି ପାରିବେଶିକ ପରିସ୍ଥିତିରେ ୫ରୁ ୭ କିଲୋମିଟର ଦୂରତା ମଧ୍ୟରେ ସମସ୍ତ ପ୍ରକାର ଚିତ୍ର ଉତ୍ତୋଳନ କରିବାରେ ଏହି ସ୍ବତନ୍ତ୍ର ଧରଣର କ୍ୟାମେରାର ସାମର୍ଥ୍ୟ ରହିଛି। ଏହା ଉଭୟ ସୌର ବ୍ୟାଟେରି ଏବଂ ବିଦ୍ୟୁତ ଦ୍ବାରା ପରିଚାଳିତ ହେବ।

ବନ୍ତଳା ଏକ ଚାଷବହୁଳ ଅଞ୍ଚଳ। ହାତୀ ଦ୍ବରା ଫସଲ ଉଜୁଡିବାରେ ଲାଗିଛି।  ଚାଷବାସ ପାଇଁ ଭୋରରୁ କ୍ଷେତକୁ ଯାଉଥିବା ଲୋକେ ହାତୀ ହାବୁଡରେ ପଡି ପ୍ରାଣ ହରାଉଛନ୍ତି।  ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ହାତୀ କିମ୍ବା ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଆଗୁଆ ସୂଚନା ଦେବା ପାଇଁ ଯୋଜନା ଆରମ୍ଭ ହୋଇଛି। ଅନୁଗୋଳ ବନଖଣ୍ଡ ପକ୍ଷରୁ ‘ଥର୍ମାଲ କ୍ୟାମେରା’ ଏବଂ ଇଲେକ୍ଟ୍ରୋନିକ୍ସ(ଆଇ) କ୍ୟାମେରା ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଖଞ୍ଜାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

- Advertisement -

ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ କହିବା ଅନୁଯାୟୀ  ବନଖଣ୍ଡର ୬ଟି ଯାକ ବନାଞ୍ଚଳରେ ଏହି ସ୍ବତନ୍ତ୍ର କ୍ୟାମେରା ଖଞ୍ଜାଯିବ। ପ୍ରଥମେ ବନ୍ତଳା ଓ ଅନୁଗୋଳ ବନାଞ୍ଚଳରେ ଏହା ପରୀକ୍ଷାମୂଳକ ଭାବେ ଲଗାଯିବା। ପ୍ରତି ବନାଞ୍ଚଳରୁ ଅଧିକାରୀମାନେ ନିଜ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କଛନ୍ତି। ସେସବୁ ଅଞ୍ଚଳକୁ ବନଖଣ୍ଡ ଅଧିକାରୀ ତନଖି କରିବା ପରେ ଥର୍ମାଲ କ୍ୟାମେରା ଖଞ୍ଜାଯିବାକୁ ପଦକ୍ଷେପ ନିଆଯିବ । ଚିହ୍ନଟ ସ୍ଥାନରେ ୧୦୦ରୁ ୧୫୦ ଫୁଟ ପର‌୍ୟ୍ୟନ୍ତ ଟାୱାର ନିର୍ମାଣ କରାଯିବ। ଟାୱାର ଉପରେ କ୍ୟାମେରାଗୁଡିକ ଖଞ୍ଜାଯିବ। ଦୂରରୁ ଜଙ୍ଗଲୀ ଜନ୍ତୁମାନଙ୍କର ଗତିବିଧି ଜାଣିହେବ। ୫ରୁ ୬ କିଲୋମିଟର ଦୂର ପର‌୍ୟ୍ୟନ୍ତ ଏହା ନଜର ରଖି ପାରିବ। ଏହି କ୍ୟାମେରାଗୁଡିକ ଉଭୟ ଦିନ ଓ ରାତ୍ରି ସମୟରେ ମଧ୍ୟ ଅତି ସହଜରେ ଚିତ୍ର ଗ୍ରହଣ କରିପାରିବ। ଗ୍ରୀଷ୍ମ ଋତୁ ସମୟରେ ଜଙ୍ଗଲରେ ପତ୍ରଝଡା ଦେବା ସହ ଅନେକ ସମୟରେ ପ୍ରାକୃତିକ ଓ ମନୁଷ୍ୟକୃତ ଭାବେ ନିଆଁ ଲାଗିଥାଏ। ଯାହାଫଳରେ ଜୀବଜନ୍ତୁ ପୋଡି ପାଉଁଶ ହୋଇଯାଇଥାନ୍ତି। ଏହି ନିଆଁ କେତେକ ସମୟରେ ଜଙ୍ଗଲ ନିକଟ ଲୋକଙ୍କ ଚାଷଜମି ଓ ଘରକୁ ବ୍ୟାପିଥାଏ। ଜଙ୍ଗଲ ନିଆଁର ମଧ୍ୟ ଆଗୁଆ ସତର୍କ ଘଣ୍ଟି ବଜାଇ ସୂଚନା ଦେବ ଏହି କ୍ୟାମେରା। ଅନୁଗୋଳ ବନାଞ୍ଚଳର ତୁମୁଣି ଓ ମୁଷପାପୁଲି ଅଞ୍ଚଳରେ ସୋଲାର ଫେନ୍ସି ସହ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରାଯାଉଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ସୂଚନା ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories