ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲତା ଟୁକୁରା ସ୍କୁଲ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଲା ହୋଇପଡ଼ିଛି। ଏହା ବିଭାଗୀୟ ଅଧିକାରୀ ଓ କର୍ମଚରୀମାନଙ୍କ ଦୃଷ୍ଟିକୁ ଆସୁଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ। ଯାହାଫଳରେ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ବିଦ୍ୟୁତ ବିଲ ବାବଦକୁ ବିଦ୍ୟୁତ ଉପଭୋକ୍ତା ମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି। ହେଲେ ମୁକୁଳା ହୋଇ ପଡ଼ିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପଟେ ପାଚେରି ଦିଆଯାଉ ନ ଥିବାରୁ ଅବାଧରେ ଗୋରୁ ଟ୍ରାନ୍ସଫର୍ମର ନିକଟକୁ ଚରିବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇବା ଆଶଙ୍କା ରହିଛି। ସେହିପରି ରାସ୍ତାପାର୍ଶ୍ଵ ସ୍କୁଲ ନିକଟରେ ଟ୍ରାନ୍ସଫର୍ମର ଥିବାରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି ହୋଇଛି। ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସୁରକ୍ଷା ପାଚେରି ନିର୍ମାଣ ନ କଲେ ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତା, ଗ୍ରାମବାସୀ, ଛାତ୍ରୀଛାତ୍ରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
Popular Categories



