www.samajalive.in
Thursday, December 11, 2025
13.1 C
Bhubaneswar

ଭାରତରେ ରହି ବାଂଲାଦେଶ ବିରୋଧୀ ମନ୍ତବ୍ୟ ଦିଅ ନାହିଁ

ଢାକା : ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଚେତାବନୀ ଦେଇଛନ୍ତି। ଭାରତରେ ଆଶ୍ରୟ ନେଇଥିବାବେଳେ ବାଂଲାଦେଶ ବିରୋଧୀ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ୟୁନୁସ ହସିନାଙ୍କୁ ପରାମର୍ଶ ଦେଇଛନ୍ତି। ହସିନାଙ୍କ ଏଭଳି ରାଜନୈତିକ ମନ୍ତବ୍ୟ ଦୁଇ ଦେଶ (ଭାରତ ଓ ବାଂଲାଦେଶ) ମଧ୍ୟରେ ସମ୍ପର୍କକୁ ଖରାପ କରିବ ବୋଲି ୟୁନୁସ ମତବ୍ୟକ୍ତ କରିଛନ୍ତି। ହସିନାଙ୍କ ପ୍ରତ୍ୟର୍ପଣ ନିମନ୍ତେ ବାଂଲାଦେଶ ସରକାର ଏପର୍ଯ୍ୟନ୍ତ ଭାରତକୁ ବିଧିବଦ୍ଧ ଭାବେ ଦାବି କରିନାହିଁ। ଏହି ପରିପ୍ରେକ୍ଷୀରେ ହସିନା ନିରବ ରହିବା ତାଙ୍କ ପକ୍ଷରେ ଉଚିତ ହେବ ବୋଲି ୟୁନୁସ କହିଛନ୍ତି। ଢାକାସ୍ଥିତ ନିଜ ବାସଭବନରେ ପିଟିଆଇକୁ ସାକ୍ଷାତକାର ଦେଇ ୟୁନୁସ ଆହୁରି କହିଛନ୍ତି ଯେ ଭାରତ ସହ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ବାଂଲାଦେଶ ଆଗ୍ରହୀ। ହସିନାଙ୍କ ବିବାଦୀୟ ମନ୍ତବ୍ୟ ଏ ଦିଗରେ ପ୍ରତିବନ୍ଧକ ହୋଇପାରେ ବୋଲି ୟୁନୁସ କହିଛଛନ୍ତି। ସୂଚନାଯୋଗ୍ୟ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତୀବ୍ର ହେବାପରେ ହସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାମରିକ ବିମାନ ଯୋଗେ ଭାରତ ପଳାଇ ଆସିଥିଲେ। ସେହିଦିନଠାରୁ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ତେବେ ବାଂଲାଦେଶ ପରିସ୍ଥିତି ନେଇ ହସିନା ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ସେଠାକାର ଅନ୍ତରୀଣ ସରକାରଙ୍କ ଆକ୍ରୋଶକୁ ବଢାଇ ଦେଇଛି। ହସିନା ନିକଟରେ କହିଛନ୍ତି ଯେ କେବଳ ଆୱାମୀ ଲିଗ୍‌ (ନିଜ ଦଳ)କୁ ବାଦଦେଲେ ବାଂଲାଦେଶର କୌଣସି ରାଜନୈତିକ ଦଳ ଇସଲାମ ଧର୍ମର ସମର୍ଥକ ନୁହନ୍ତି। ଶେଖ ହସିନାଙ୍କ ଅନୁପସ୍ଥିତିରେ ବାଂଲାଦେଶ ଅଳ୍ପ ଦିନ ମଧ୍ୟରେ ଆଫଗାନିସ୍ତାନ ପାଲଟିବ ବୋଲି ମଧ୍ୟ ସେ କହିଛନ୍ତି। ହସିନାଙ୍କଏଭଳି ମନ୍ତବ୍ୟକୁ ୟୁନୁସଙ୍କ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଭାରତୀୟ ଗଣମାଧ୍ୟମ ହସିନାଙ୍କ ବିବୃତିକୁ ପ୍ରଚାର ପ୍ରଚାର ନ କରିବାକୁ ମଧ୍ୟ ୟୁନୁସ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ହସିନାଙ୍କ ପ୍ରସ୍ଥାନ ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ୟୁନୁସ ମନ୍ତବ୍ୟ ଦେଇଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ୟୁନୁସ ଅସ୍ବୀକାର କରିନାହାନ୍ତି ସତ, ତେବେ ଭାରତୀୟ ଗଣମାଧ୍ୟମ ଏହାକୁ ଅତିରଞ୍ଜିତ କରି ପ୍ରସାର କରୁଥିବା ୟୁନୁସ କହିଛନ୍ତି। ଏଭଳି ଆକ୍ରମଣ ବାସ୍ତବିକ ନିନ୍ଦନୀୟ, ତେବେ ଏହାକୁ ରୋକିବା ଶହେ ପ୍ରତିଶତ ସମ୍ଭବ ନୁହେଁ ବୋଲି ୟୁନୁସ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories