www.samajalive.in
Monday, December 15, 2025
14.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ପୂର୍ବକ ଭାରତର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷକ ପ୍ରଶିକ୍ଷଣକୁ ମଜବୁତ କରିବା, ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା, ଶୈଶବାବସ୍ଥାର ଯତ୍ନ ଏବଂ ଶିକ୍ଷାର ନିୟାମକ ଢାଞ୍ଚାକୁ ପୁନ ନିର୍ମାଣ କରିବା ଉପରେ ଧ୍ୟାନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହି ବ୍ୟବସ୍ଥାରେ କେବଳ ଅଧ୍ୟୟନର ପାଠ୍ୟକ୍ରମ ଶେଷ କଲେ ଚଳିବ ନାହିଁ, ସମସ୍ତଙ୍କୁ ବ୍ୟକ୍ତିଗତ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପଡିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନ ଠାରେ ଆୟୋଜିତ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି। ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ।

- Advertisement -

ବୁଧବାର ଅଧିବେଶନରେ ଉଚ୍ଚଶିକ୍ଷାରେ ଗବେଷଣାକୁ ପ୍ରୋତ୍ସାହିତ କରିବା ସମ୍ପର୍କରେ ପ୍ରଫେସର କେ. ବିଶ୍ୱାଳ ଆଲୋଚନା କରିଥିବାବେଳେ ବିଦ୍ୟାର୍ଥୀଙ୍କୁ ଶୈଖିକ କେନ୍ଦ୍ରିତ ପଦ୍ଧତି ସହ ମିଶ୍ରିତ ଶିକ୍ଷଣ କାର୍ଯ୍ୟକାରୀ ଓ ଏହାର ଉତ୍ସ ବିଷୟରେ ପ୍ରଫେସର କେ.ଶ୍ରୀନିବାସ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ ନିର୍ଦ୍ଦେଶକ ପ୍ରଫେସର କୁମାର ସୁରେଶ, ପ୍ରଫେସର ମୋନା ଖରେ, ପ୍ରଫେସର ସୁଧାଂଶୁ ଭୂଷଣ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories