www.samajalive.in
Monday, December 8, 2025
27.1 C
Bhubaneswar

ଅନୁଗୋଳ ଜଙ୍ଗଲରୁ ଚୋରି ଟ୍ରକ ଉଦ୍ଧାର

ଆଠଗଡ: ଆଠଗଡ ପୁଲିସ ଏକ ଚୋରି ଟ୍ରକ ଉଦ୍ଧାର କରିବାରେ ସଫଳ ହୋଇଛି। ଆଠଗଡ ଥାନା ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ନୂଆଗଡ ଗ୍ରାମର ମାନସ ଜେନାଙ୍କ ଏକ ଟ୍ରକ ଚୋରି ହୋଇଯାଇଥିଲା। ମଙ୍ଗଳବାର ରାତିରେ ତାଙ୍କର ଘର ନିକଟରୁ କେହି ଦୁବୁର୍ତ୍ତ ଟ୍ରକଟିକୁ ଚୋରି କରିନେଇଥିଲେ। ଘଟଣା ସମ୍ପର୍କରେ ମାନସ ବୁଧବାର ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲା। ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ପୁଲିସ ଦଳ ଗାଡିକୁ ଟ୍ରାକ କରି ଦିନତମାମ ସନ୍ଧାନ ଜାରି ରଖିଥିଲେ। ଅନୁଗୋଳ ନିକଟସ୍ଥ ଏକ ଜଙ୍ଗଲ ନିକଟରେ ଟ୍ରକଟି ଥିବା ଜଣାପଡିଥିଲା। ପୁଲିସ ଗାଡିକୁ ସନ୍ଧ୍ୟାରେ ଜବତ କରିବା ପରେ ଆଠଗଡ ଆଣିଥିଲେ। ପୁଲିସର ତ୍ବରିତ ପଦକ୍ଷେପ ଓ ସଫଳତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories