www.samajalive.in
Sunday, December 7, 2025
14.1 C
Bhubaneswar

ଜୀବନରେ ଅନେକ ପ୍ରଭାବ ପକାଏ ଘରର ମାଟି

ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ଥାଏ ଯେ, ଭାଗ୍ୟ ସର୍ବଦା ତାଙ୍କ ସହ ରହୁ। ଜୀବନରେ ସମସ୍ତ କ୍ଷେତ୍ରରେ ଉନ୍ନତି କରନ୍ତୁ। କିନ୍ତୁ ଏହା ସମ୍ଭବ ହୋଇ ପାରି ନଥାଏ। ବେଳେବେଳେ ଭାଗ୍ୟ ଧୋକା ଦେଇ ଦେଇଥାଏ। ଘରର ମାଟି ଯୋଗୁଁ ଭାଗ୍ୟ ଆପଣଙ୍କ ସହ ଖାପ ଖୁଆଇ ପାରିନଥାଏ। ପ୍ରତ୍ୟେକ ବ୍ୟକ୍ତି ଘରେ ଅଲଗା ଅଲଗା ମାଟି ରହିଥାଏ। ସେହି ମାଟି ଆପଣଙ୍କ ଭାଗ୍ୟର ଉନ୍ନତି ଉପରେ ପ୍ରଭାବ ପକାଇଥାଏ। ସେହି ମାଟି ମଧ୍ୟରୁ କିଛି ମାଟି ରହିଛି ଯାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ସେହି ମାଟି ସମ୍ବନ୍ଧରେ ..

କିଛି ସ୍ଥାନରେ ହାଲକା ହଳଦିଆ, ସଫା କିମ୍ବା ସୁଗନ୍ଧ ମାଟି ଥାଏ। ସେହି ମାଟି ଉପରେ ଘର ତିଆରି କରିବା ଶୁଭ ଅଟେ। ସେଠାରେ ରହୁଥିବା ବ୍ୟକ୍ତି ଧାର୍ମିକ ଭାବନା, ଜ୍ଞାନ, ବୁଦ୍ଧି ଓ ଉତ୍ତମ ଚିନ୍ତାଶୀଳର ଅଧିକାରୀ ହୋଇଥାଆନ୍ତି। ସେହି ବ୍ୟକ୍ତି ଅଧିକ ବୁଝାଶୁଝା ପ୍ରକୃତିର ହୋଇଥାଆନ୍ତି। ଯେଉଁ ମାନଙ୍କ ଘର ଲାଲ ରଙ୍ଗର ମାଟି ଉପରେ ହୋଇଥାଏ ସେଠାରେ ରହୁଥିବା ବ୍ୟକ୍ତି ରାଗି ସ୍ବଭାବର ହୋଇଥାଆନ୍ତି। କିନ୍ତୁ ସେହି ବ୍ୟକ୍ତିମାନେ ମାନସିକ ରୂପେ ଅଧିକ ଧୈର୍ଯ୍ୟଶୀଳ ହୋଇ ଥାଆନ୍ତି। ଯେଉଁ ସ୍ଥାନର ମାଟି ହାଲକା ସବୁଜ ପରି ଦେଖାଯାଏ ସେଠାରେ ରହୁଥିବା ବ୍ୟକ୍ତି ବୁଲାବୁଲି କରିବାର ସଉକ ରଖି ଥାଆନ୍ତି। ସେମାନେ ଗୋଟିଏ ସ୍ଥାନରେ ଅଧିକ ଦିନ ପର୍ଯ୍ୟନ୍ତ ରହିବାକୁ ପସନ୍ଦ କରି ନଥାଆନ୍ତି।

- Advertisement -

କିଛି ସ୍ଥାନରେ ହାଲକା କଳା ରଙ୍ଗର ମାଟି ରହିଥାଏ। ସେଠାରେ ଘର କରି ରହୁଥିବା ବ୍ୟକ୍ତି ଅଧିକ ପରିଶ୍ରମୀ ହୋଇ ଥାଆନ୍ତି। ପରିଶ୍ରମ ଦ୍ବାରା ନିଜ ଲକ୍ଷ୍ୟ ହାସିଲ କରିଥାଆନ୍ତି। କିଛି ବ୍ୟକ୍ତିଙ୍କ ଘର ଏପରି ସ୍ଥାନରେ ରହିଥାଏ ଯେଉଁଠାରେ ଭିନ୍ନ ଭିନ୍ନ ପ୍ରକାରର ବାସ୍ନା ଓ ଗନ୍ଧ ହୋଇଥାଏ। ଏପରି ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କ ଭାଗ୍ୟ କେବେ ତାଙ୍କ ସହ ରହିନଥାଏ। ସମସ୍ତ କ୍ଷେତ୍ରରେ ସେମାନଙ୍କୁ ନିରାଶ ହେବାକୁ ପଡିଥାଏ। ସେମାନଙ୍କୁ ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡିଥାଏ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories