www.samajalive.in
Sunday, December 7, 2025
26.1 C
Bhubaneswar

ସୁଭଦ୍ରା ଯୋଜନା ; ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ରାତିରୁ ଲମ୍ବା ଲାଇନ୍

ସୋର : ରାଜ୍ୟରେ ନୂତନ କରି ଭାରତୀୟ ଜନତା ପାର୍ଟି ସରକାର ଗଠନ ପରେ ସୁଭଦ୍ରା ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ଆଧାର ସଂଶୋଧନ ଏକ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଛି। ତେଣୁ ସୋର ସହରରେ ବିଭିନ୍ନ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। କିଏ ମୋବାଇଲ ନମ୍ବର ଲିଙ୍କ ତ ପୁଣି ଆଉ କିଏ ବାଇଓ ମେଟ୍ରିକ୍ ।

ଏହି ବାବଦରେ ମଧ୍ୟ ଜନସେବା କେନ୍ଦ୍ରର ମାଲିକମାନେ ମାଲାମାଲ ହେଉଛନ୍ତି ବୋଲି କିଛି ଗ୍ରାହକ ଅଭିଯୋଗ କରିଛନ୍ତି। ବୋଝ ଉପରେ ନଳିତା ବିଡା ପରି ଲୋକମାନେ ଭୋକ ଉପାସରେ ପଡ଼ି ରାତିରୁ ଲମ୍ବା ଲାଇନରେ ଅପେକ୍ଷା କରି ମଧ୍ୟ ଆଧାର ସାଇଟ୍ ଅସୁବିଧାରେ ସମ୍ମୁଖୀନ ହେଇ ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରି ଆସୁଥିବା ଦେଖିବାକୁ ମିଳିଛି। ପୁଣି ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories