ଗୁଗଲରେ ଚାକିରି ଖୋଜି ଠକାମିର ଶିକାର ହେଲେ ଯୁବକ ; ହରାଇଲେ ଏତିକି ଟଙ୍କା
ସୋର : ଗୁଗଲରେ ପାର୍ଟ ଟାଇମ ଚାକିରି ଖୋଜି ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି ବୋଲି ଗୁରୁବାର ଖବର ମିଳିଛି। ଅଇଁରି ଗାଁର ଜଣେ ଯୁବକ ନିଜର ୬୨ ହଜାର ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ମୋବାଇଲ ନମ୍ବର ମାଗିବା ସହ ରେଜିଷ୍ଟ୍ରେସନ କରିଥିଲେ ଦୁର୍ବୃତ୍ତ। ପରେ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ୬୨ ହଜାର ଟଙ୍କା ହରାଇଥିବା ବେଳେ ଏନେଇ ସୋର ଥାନାରେ ଠକାମିର ଶିକାର ହୋଇଥିବା ଯୁବକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.