Patra electronics

ବାର୍ଡ-ଫ୍ଲୁ ସ୍ଥିତି ପରଖିବେ କେନ୍ଦ୍ରୀୟ ଦଳ: ଭୟଭୀତ ନହେବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବାର୍ଡ-ଫ୍ଲୁ ନେଇ ସନ୍ଦେହ କରାଯାଉଥିବାବେଳେ ନମୁନା ଭୋପାଳ ପଠାଯାଇଛି। ଅନ୍ୟପକ୍ଷରେ କୁକୁଡ଼ା ମରା ଅଭିଯାନରେ ସାମିଲ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଥିବା‌େ‌ବଳେ ଫାର୍ମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେଉଛି ଓ ପ୍ରତିଷେଧକ ଦିଆଯାଉଛି। ଏପର୍ଯ୍ୟନ୍ତ ସେଭଳି କୌଣସି ବାର୍ଡ-ଫ୍ଲୁ ଲକ୍ଷଣ ଦେଖାଦେଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ବାର୍ଡ-ଫ୍ଲ ତଦାରଖ ନିମନ୍ତେ ବା ଏହାର ସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ବୁଧବାର କେନ୍ଦ୍ରୀୟ ଦଳ ଆସୁଛନ୍ତି। ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ବାର୍ଡ-ଫ୍ଲୁ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କୁକୁଡ଼ାରୁ ମଣିଷ ଦେହକୁ ବ୍ୟାପିବା ବା ଲକ୍ଷଣ ଦେଖାଦେବା ବିଭାଗ ନଜରରେ ନାହିଁ।

Comments are closed.