www.samajalive.in
Saturday, December 6, 2025
15.1 C
Bhubaneswar

ଛାତରୁ ପ୍ଲାଷ୍ଟର ଖସି ଦୁଇ ଗୁରୁତର

ବାସୁଦେବପୁର : ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ରତାଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି।  ସୋମବାର ବିଳମ୍ବିତ ରାତିରେ ଛାତରୁ ପ୍ଲାଷ୍ଟର ଖସି  ମା’ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ମାଆ , ପୁଅ ବଉଳ ମଳିକ ଏବଂ ୮ ବର୍ଷର ପୁଅ କାହ୍ନା ମଳିକ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମା ପୁଅ ଘର ଭିତରେ ଶୋଇଥିବାବେଳେ ଛାତର କିଛି ଅଂଶ ସେମାନଙ୍କ ଉପରେ ଖସି ପଡ଼ିଥିଲା। ବଉଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ କାହ୍ନାଙ୍କ ହାତ ଓ ମୁହଁରେ କ୍ଷତ ହୋଇଛି। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଛାତ ବହୁ ପୁରୁଣା ହୋଇଥିବାରୁ ପ୍ଲାଷ୍ଟର ଖସି ପଡ଼ିଥ‌ିବା ପରିବାର ଲୋକେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories