ଆଜି ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ସୋମବାର ରାଷ୍ଟ୍ରୀୟସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି  ମନମୋହନ ସାମଲ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ସଦସ୍ୟତା ଅଭିଯାନ-୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ , ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀ ଯୋଗଦେବେ। ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ବୋଲି ଶ୍ରୀସାମଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା​‌ ଅଭିଯାନର ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲୀକ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.