www.samajalive.in
Sunday, December 7, 2025
14.1 C
Bhubaneswar

ସୁଭଦ୍ରା ଆବେଦନ ପାଇଁ ମହିଳା ତତ୍ପର; ଆଧାର କେନ୍ଦ୍ରରେ ଶୋଷଣ ଅଭିଯୋଗ

ଆଠଗଡ଼: ରାଜ୍ୟରେ ବିଜେପି ସରକାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ଚଳିତ ମାସ ୧୭ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏଥିପାଇଁ ମହିଳାମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ତେବେ ଆବେଦନ କରିବା ଲାଗି ସଠିକ ଫୋନ ନମ୍ବର ଓ ଅନ୍ୟ ନିର୍ଭୁଲ ଥିବା ଆଧାର କାର୍ଡ ଜରୁରୀ ହୋଇଥିବାରୁ ଆଧାର ସଂଶୋଧନ ପାଇଁ ଆଠଗଡ଼ର ବିଭିନ୍ନ ଆଧାର କେନ୍ଦ୍ରରେ ମହିଳାଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଆଠଗଡ଼ରେ ଥିବା ଘରୋଇ ଆଧାର କେନ୍ଦ୍ରଗୁଡିକରେ ହିତାଧିକାରୀମାନେ ସକାଳ ୭ଟାରୁ ରାତି ୧୦ ପର୍ଯ୍ୟନ୍ତ ଲମ୍ବା ଧାଡି ଛିଢା ହୋଇଥିବା ଦେଖିବାକୁ ମିଳୁଛି। ହେଲେ ଏହାର ସୁଯୋଗ ନେଇ ଆଧାର କେନ୍ଦ୍ର ଗୁଡିକରେ ଗରିବ ମହିଳାମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଆଧାର କାର୍ଡରେ ନାମ, ଟେଲିଫୋନ ନମ୍ବର ଓ ଠିକଣା ଆଦି ଭୁଲ ଥିଲେ ସେଗୁଡିକ ସଂଶୋଧନ କରିବା ନିମନ୍ତେ ସରକାରୀ ଭାବେ ୫୦ଟଙ୍କା ଓ ବାୟୋମେଟ୍ରିକ ଆଙ୍ଗୁଳି ଛାପ ପାଇଁ ୧୦୦ ଟଙ୍କା ପୈଠ କରିବାକୁ ଏବଂ ନୂତନ ଆଧାର କାର୍ଡ ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ନିୟମ ରହିଛି। ତେବେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଘରୋଇ ଆଧାର କେନ୍ଦ୍ର ମାଲିକ ଲୋକଙ୍କଠାରୁ ଧାର୍ଯ୍ୟ ଦେୟଠାରୁ ତିନି ଚାରିଗୁଣା ଅର୍ଥ ଆଦାୟ କରୁଥିବା ଜଣାପଡ଼ିଛି। ଆଉ ଏବେ ସୁଭଦ୍ରା ଯୋଜନା ଲାଗି ଆଧାର ସଂଶୋଧନ କରିବାକୁ ଆସୁଥିବା ମହିଳାମାନଙ୍କଠାରୁ ସଂଶୋଧନ ପାଇଁ ୫୦ ଟଙ୍କା ଯାଗାରେ ଜବରଦସ୍ତ ୨୦୦ ଟଙ୍କା, ବାୟୋମେଟ୍ରିକ ଆଙ୍ଗୁଳି ଛାପ ନେବା କ୍ଷେତ୍ରରେ ୨୫୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଏପରିକି ନୂଆ ଆଧାର କାର୍ଡ ପାଇଁ ଦେୟମୁକ୍ତ ସେବା ଦେବା ବଦଳରେ ୨୦୦ ରୁ ୨୫୦ ଟଙ୍କା ଆଦାୟ କରାଯାଉଥିବା ଜଣାପଡ଼ିଛି। ଦୂରଦୂରାନ୍ତରୁ ଆସୁଥିବା ମହିଳା ଅଧିକ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଆଠଗଡ଼ ସହରର ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଲୟ ନିକଟରେ ଓ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଠାରେ ଥିବା ଦୁଇଟି ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ହାତଗଣତି ଘରୋଇ ଆଧାର କେନ୍ଦ୍ରରେ ଏହିଭଳି ଶୋଷଣ ଚାଲିଥିବା ବେଳେ ଆଠଗଡ଼ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ତତ୍କାଳୀନ ଉପଜିଲ୍ଲାପାଳ ସବୁ ଆଧାର କେନ୍ଦ୍ରରେ ଦେୟ ସମ୍ବନ୍ଧିତ ବଡ ବଡ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାପରେ ମଧ୍ୟ ଘରୋଇ ଆଧାର କେନ୍ଦ୍ରଗୁଡିକ ନିର୍ଦ୍ଦେଶକୁ ଖାତିର କଲେ ନାହିଁ କିମ୍ବା ଏହାକୁ ଆଦୌ ଅନୁପାଳନ କରୁନାହାଁନ୍ତି। କଟକ ଜିଲ୍ଲା ପ୍ରଶାସନ ଓ ଆଠଗଡ଼ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକମାନେ କିପରି ଆଧାର କେନ୍ଦ୍ରରେ ଶୋଷଣର ଶିକାର ନହେବେ ସେ ଦିଗରେ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories