www.samajalive.in
Monday, December 15, 2025
17.1 C
Bhubaneswar

ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ତାଙ୍କର ଝିଅ ଘର ବ୍ରଜରାଜନଗର ଠାରେ ବିଗତ କିଛି ଦିନ ହେବ ରହୁଥିବା ବେଳେ ଅଚାନକ ହୃଦଘାତ ହେବାରୁ ତାଙ୍କର ପରଲୋକ ହୋଇଛି। ସ୍ୱର୍ଗତ ଗୁରୁ ଛାତ୍ରାବସ୍ଥାରୁ ଭାରତୀୟ ଜାତୀୟ କଂଗ୍ରେସ ପାଇଁ ଜୀବନବ୍ୟାପି କାର୍ଯ୍ୟ କରି ଆସିଥିଲେ। ୧୯୮୦ ମସିହାରେ ସମ୍ବଲପୁରର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ଗୁରୁ ସମ୍ବଲପୁର ନିର୍ବାଚାନ ମଣ୍ଡଳୀର ସର୍ବକନିଷ୍ଠ ବିଧାୟକ ହେବା ସହିତ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୪ ପ୍ରତିଶତରେ ହରାଇ ଓଡିଶାର ୮ତମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଯାହାକି ଏକ ବିରଳ କୃତୀତ୍ୱ ସହିତ ରେକର୍ଡ ଅଟେ ଏବଂ ଏହି ରେକର୍ଡ ଆଜି ପର୍ଯ୍ୟନ୍ତ ବଜାୟ ରହିଛି। ସ୍ୱର୍ଗତ ଗୁରୁ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ସହିତ ଜଡିତ ହୋଇ ଛାତ୍ର କଂଗ୍ରେସ, ବିଭିନ୍ନ ଶ୍ରମିକ ସଂଘ ଆଦିରେ ବିଭିନ୍ନ ପଦ ପଦବୀରେ ରହି ନିଷ୍ଠାର ସହିତ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସ୍ୱର୍ଗତ ଗୁରୁଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ଜିଲା ସଭାପତି ସୁରେଶ୍ୱର ମିଶ୍ର, ଜିଲା ସଭାପତି ଜୟଶଙ୍କର ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ ସହିତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରି ଦିବଙ୍ଗତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories