www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ରାଜପଥରୁ ଉଚ୍ଛେଦ ହେଉଛି ଜବରଦଖଲ; ବଢୁଛି ଟ୍ରାଫିକ ସମସ୍ୟା

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଜାତୀୟ ରାଜପଥ କଡ଼ରୁ ଜବର ଦାଖଲ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଜାତୀୟ ରାଜପଥରୁ ଉଚ୍ଛେଦ କେତେ ଦୂର ପର୍ଯ୍ୟନ୍ତ କରାଯିବ ସେନେଇ ମାପ ଚିହ୍ନଟ କରାଯାଉଛି। ଚିହ୍ନଟ ହେବା ପରେ ସେହି ସୀମା ଭିତରେ ଥିବା ସମସ୍ତ ଦୋକାନ, ଘର ଆଦିକୁ ଲୋକମାନେ ନିଜେ ଭାଙ୍ଗିବାରେ ମଧ୍ୟ ଲାଗିଛନ୍ତି। ଉଚ୍ଛେଦ ପରେ ହେବ ଛଅ ଥାକିଆ ରାସ୍ତା। ଜବରଦଖଲ ପାଇଁ ଜାତୀୟ ରାଜପଥରୁ ଯାଇଥିବା ଅତାବିରା-ବାବେବିରା ରାସ୍ତା, ରେଙ୍ଗାଲିକ୍ୟାମ୍ପ-ପପଙ୍ଗା ରାସ୍ତା ଓ ଟାଙ୍ଗରପାଲି ରାସ୍ତା, ଗୋଡ଼ଭଗା ଛକରୁ-ଲହଣ୍ଡା ରାସ୍ତା ଓ ତୁରୁମ ରାସ୍ତା ମାନଙ୍କରେ ବଢ଼ି ଚାଲୁଛି ଟ୍ରାଫିକ ସମସ୍ୟା। ଫଳରେ ରାସ୍ତା ଗୁଡ଼ିକ ଜାମ ଲୋକାମନେ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପର ପକ୍ଷରେ ଜବର ଦଖଲ ଯୋଗୁଁଁ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ହୋଇ ଯିବା ଫଳରେ ଏହି ରାସ୍ତା ଗୁଡିକରେ ନୀତି ଦିନିଆ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି। ଯଥାଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ଶେଷ କରି ରାସ୍ତା କାମ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories