www.samajalive.in
Tuesday, December 9, 2025
16.1 C
Bhubaneswar

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମ୍‌ ସ୍ପଟ୍ ରେ ସିବିଆଇର ତନାଘନା

ନୂଆଦିଲ୍ଲୀ:କଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ରବିବାର ରାତିରେ ସିବିଆଇ ଟିମ୍  କ୍ରାଇମ୍ ସ୍ପଟ୍ ସେମିନାର୍ ହଲକୁ ଯାଇଥିଲା। ଯେଉଁଠାରେ ଅଭୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏଥିସହ ହସ୍ପିଟାଲ ଏମରଜେନ୍ସି ବିଲ୍ଡିଂ, ବଏଜ୍ ହଷ୍ଟେଲ୍ , ପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଅଭିଯୋଗ ହୋଇଛି କଲକାତା ପୁଲିସ୍ କ୍ରାଇମ ସ୍ପଟ୍ କୁ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟରେ ଅଭୟା କାଣ୍ଡ ଶୁଣାଣି ବେଳେ ଅପରାଧସ୍ଥଳରେ କିଛି ସମସ୍ୟା ଥିବା କହିଥିଲା ସିବିଆଇ। ଅଭିଯୋଗକୁ କଲକାତା ପୁଲିସ୍ ଖଣ୍ଡନ କରିଥିବାବେଳେ ରବିବାର କ୍ରାଇମ୍ ସ୍ପଟ୍ ରେ ତନାଘନା କରିଛି ସିବିଆଇ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଏହାରି ଭିତରେ ୨୩ ଦିନ ବିତିଛି। ହେଲେ ତାଙ୍କୁ ନ୍ୟାୟ ଦାବିରେ ସାରା ପଶ୍ଚିମବଙ୍ଗରେ ଆନ୍ଦୋଳନ ଥମିବାର ନାଁ ଧରୁନି। ପ୍ରତିଦିନ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପ୍ରତିବାଦ ଓ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories