www.samajalive.in
Sunday, December 7, 2025
14.1 C
Bhubaneswar

ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ: ମହାରାଷ୍ଟ୍ରରୁ ଅଣାଯିବ ୧୪ ବାଘ

ଭୁବନେଶ୍ବର : ସାତକୋଶିଆରେ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବ ଥର ଏଥିରେ ବିଫଳ ହୋଇଥିଲେ ବି ଏଥର ବନ ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏଟିସିଏ) ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପାଞ୍ଚବର୍ଷରେ ପର୍ଯ୍ୟାୟ କ୍ରମେ ପ୍ରାୟ ୧୪ଟି ବାଘ ଅଣାଯିବ। ମହାରାଷ୍ଟ୍ର ତଡବା ଜଙ୍ଗଲରେ ବାଘଙ୍କ ଅାନୁବଂଶିକ ଗୁଣାବଳୀ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆସିବେ। ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଅନେକଗୁଡ଼ିଏ ସର୍ତ୍ତ ରଖିଛି। ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ଓ ୩୨ଟି କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। କିନ୍ତୁ ପରେ ବାଘବଂଶ ଲୋପ ପାଇବାରେ ଲାଗିଥିଲା। ସେଠାରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୮ରେ ରାଜ୍ୟ ସରକାର ମଧ୍ୟପ୍ରଦେଶରରୁ ଦୁଇଟି ବାଘ ଆଣିଥିଲେ। ତେବେ ଶିକାରୀ ଫାସରେ ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା। ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା। ସେବେଠାରୁ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ପଡ଼ିଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories