www.samajalive.in
Sunday, December 7, 2025
14.1 C
Bhubaneswar

ମଙ୍କିପକ୍ସ ଭୂତାଣୁ ସଂକ୍ରମଣ: ସ୍ବଦେଶୀ ଆରଟି-ପିସିଆର କିଟ୍ ତିଆରି କଲା ଭାରତ

ନୂଆଦିଲ୍ଲୀ : ମଙ୍କିପକ୍ସ (ଏମ୍‌ପକ୍ସ) ଭୂତାଣୁ ସଂକ୍ରମଣ ଚିହ୍ନଟ କରିବା ଲାଗି ସ୍ବଦେଶୀ ଆରଟି-ପିସିଆର କିଟ୍ ବିକଶିତ ହୋଇଛି। ସିମେନ୍ସ ହେଲ୍‌ଥନିୟର୍ସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହି ଆରଟି-ପିସିଆର କିଟ୍ ପ୍ରସ୍ତୁତ କରାଯାଇଛି। ଏହି କିଟ୍‌ର ନାମ ରହିଛି ଆଇଏମଡିଏକ୍ସ ମଙ୍କିପକ୍ସ। ଏହି କିଟ୍‌ ପ୍ରସ୍ତୁତ କରିବା ଲାଗି ସିମେନ୍ସ ହେଲଥନିୟର୍ସକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟୋଲ ଅର୍ଗାନାଇଜେସନ୍‌ (ସିଡିଏସ୍‌ସିଓ) ଅନୁମତି ପ୍ରଦାନ କରିଛି। ଏହା ସହିତ ଏହି କିଟ୍‌ ମାଧ୍ୟମରେ ହେଉଥିବା ପରୀକ୍ଷାର ବୈଧତାକୁ ଆଇସିଏମଆର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି, ପୁଣେ ଅନୁମୋଦନ କରିଛି। ଆଇସିଏମଆର କହିଛି ଯେ କିଟ୍‌ର ପରୀକ୍ଷା ୧୦୦ ପ୍ରତିଶତ ଠିକ୍‌। କମ୍ପାନୀ କହିଛି ଯେ ପ୍ରସ୍ତୁତ ଆରଟି-ପିସିଆର କିଟ୍‌ ଦ୍ବାରା ମଙ୍କିପକ୍ସ ଭୂତାଣୁ ସଂକ୍ରମଣକୁ ୪୦ମିନିଟ୍‌ରେ ଚିହ୍ନଟ କରାଯାଇପାରିବ। ପୂର୍ବରୁ ପାରମ୍ପରିକ ପ୍ରକ୍ରିୟାରେ ଭୂତାଣୁ ସଂକ୍ରମଣକୁ ଚିହ୍ନଟ ଲାଗି ୧ରୁ ୨ଘଣ୍ଟା ଲାଗୁଥିଲା। କମ୍ପାନୀ ବାର୍ଷିକ ୧୦ଲକ୍ଷ କିଟ୍ ପ୍ରସ୍ତୁତ କରିପାରିବ। ମଙ୍କିପକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଜରୁରୀ ସ୍ବାସ୍ଥ୍ୟ ସତର୍କତା ଜାରି କରିଛି। କରୋନା ପରେ ଏହା ବିଶ୍ବର ଦ୍ବିତୀୟ ବଡ ମହାମାରୀ ହେବ ବୋଲି ହୁ କହିଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories