www.samajalive.in
Monday, December 15, 2025
14.1 C
Bhubaneswar

୮୦ ଗୋଟି ଅଭିଯୋଗ ଶୁଣାଣି କରିଲେ ଜିଲାପାଳ 

ରାଇକିଆ: ମଙ୍ଗଳବାର କନ୍ଧମାଳ ଜିଲା ରାଇକିଆ ବ୍ଲକ୍ କାର୍ଯ୍ୟଳୟ ଠାରେ ନୂତନ ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଛନ୍ତି । ସମୁଦାୟ ୮୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟ ରୁ ୪୨ ଟି ବ୍ୟକ୍ତିଗତ ଏବଂ ୩୮ଟି ସାମୁହିକ ଅଭିଯୋଗ ରହିଥିଲା । ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କୀତ ଅଭିଯୋଗ ମଧ୍ୟ ରହିଥିଲା । ରାଇକିଆ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ନାୟକ ଅଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ। ମାଣିକେଶ୍ଵର ପଂଚାୟତ ର ଦୁର୍ଗମ ଅଞ୍ଚଳ ର ରାସ୍ତା ସମସ୍ୟା ଓ ମୋବାଇଲ୍ ଟାୱାର ର ଆବଶ୍ୟକତା ସମ୍ପର୍କୀତ ଅଭିଯୋଗ ମଧ୍ୟ ହୋଇଥଲା ।ମେଗା ପାନୀୟଜଳ  ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି ।
କିନ୍ତୁ ମନ୍ତର ଗତିରେ ଚାଲୁଥିବା ନେଇ ଅଭିଯୋଗ କରିଥିଲେ।ଜିଲ୍ଲାପାଳ ଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ବାଲିଗୁଡା ଉପ ଜିଲ୍ଲାପାଳ ରିନା ପ୍ରଧାନ , ଜିଲ୍ଲାପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ , ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ରାଇକିଆ ବିଡ଼ିଓ ସିମାଞ୍ଚାଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ବ୍ଲକର କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ରାଇକିଆ ନିକଟସ୍ଥ ମଣ୍ଡାସରୁ ଇକୋ ଟୁରିଜିମ୍ ସେଣ୍ଟର୍ ଭ୍ରମଣରେ ଯାଇଥିଲେ ‌। ଦାୟିତ୍ୱ ରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ,ଟିକା,ଚନ୍ଦନ ଏବଂ ଉପଢୌକନ ଦେଇ ସ୍ଵାଗତ କରିଥିଲେ। ପର୍ଯ୍ୟଟନ କେନ୍ଦ୍ର ସମ୍ପର୍କରେ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲେଚନା କରି ପଚାରିବି ବୁଝିଥିଲେ‌। ଏହି  ଯାଗଦେଖି, ବୁଲି ଖୁସି ଅନୁଭଵ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories