www.samajalive.in
Thursday, December 11, 2025
23.1 C
Bhubaneswar

ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଫୁଲବାଣୀ:ପାରା ଲିଗାଲ ସ୍ୱେଚ୍ଛାସେବୀଙ୍କ ପାଇଁ ଫୁଲବାଣୀ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାଜଜ୍ –ତଥା- ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ ସତ୍ୟପୀର ମିଶ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଫୌଜଦାରୀ ଆଇନ, ପିଲାଙ୍କ ସମ୍ପର୍କିତ ଆଇନ, ପରିବାର ସମ୍ପର୍କିତ ଆଇନ, ଶ୍ରମ ସମ୍ବନ୍ଧୀୟ ଆଇନ, ପାରା ଲିଗାଲ ସ୍ୱେଚ୍ଛାସେବୀଙ୍କ ଭୂମିକା ଓ କାର୍ଯ୍ୟ, ଏଲଏସ୍ଏମଏସ ପୋର୍ଟାଲର କାର୍ଯ୍ୟକାରିତା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଓ ଦୌରାଜଜ୍ -ତଥା- ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା, ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲା ଜଜ୍ ରାଜେଶ ଦାଶ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ବନାଳୀ ତ୍ରିପାଠୀ, ମହିଳା କୋର୍ଟର ଆସିଷ୍ଟାଣ୍ଟ ସେସନ୍ ଜଜ୍ ବିଶ୍ୱକଲ୍ୟାଣୀ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅନୁଶୀଳା ରୟ, ପ୍ରୋବେସନରେ ଥିବା ସିଭିଲ୍ ଜଜ୍ ବଦ୍ରିନାଥ ବିଶ୍ୱାଳ ଏବଂଲୋପାମୁଦ୍ରା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ, ତାଲୁକ ଆଇନସେବା କମିଟି, ବାଲିଗୁଡ଼ା, ଘୁ.ଉଦୟଗିରି, ଦାରିଙ୍ଗିବାଡ଼ି, ତୁମୁଡ଼ିବନ୍ଧ ଓ କୋଟଗଡ଼ର ସମୁଦାୟ ୨୫ ଜଣ ପାରା ଲିଗାଲ ସ୍ୱେଚ୍ଛାସେବୀ ତାଲିମ ନେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories