www.samajalive.in
Tuesday, December 9, 2025
17.1 C
Bhubaneswar

କଳାହାଣ୍ଡି ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭବାନୀପାଟଣା,: ନର୍ଲା ରୋଡ଼ ଜୟଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ  ନୂଆଦିଲ୍ଲୀରେ ତାଙ୍କୁ ରୌପ୍ୟ ପଦକ, ନଗଦ ୫୦ ହଜାର ଟଙ୍କା ଏବଂ ମାନପତ୍ର ସହିତ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବା, ସମାଜରେ ବିଜ୍ଞାନର ପ୍ରଚାର ପ୍ରସାର ସାଙ୍ଗକୁ କୁସଂସ୍କାର ଦୂରୀକରଣ, କ୍ରିୟାକଲାପ ଭିତ୍ତିକ ଶିକ୍ଷଣ, ଖେଳନା ମାଧ୍ୟମରେ ତଥା ଆନନ୍ଦଦାୟକ ପ୍ରଣାଳୀରେ ବିଜ୍ଞାନ ଶିକ୍ଷା ଆଧାରିତ କାର୍ଯ୍ୟକ୍ରମରେ ଶ୍ରୀ କର ଙ୍କ ଯୋଗଦାନ ରହିଛି।

ପୂର୍ବରୁ ସେ ରାଜ୍ୟ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଜାତୀୟ ସ୍ତରରେ ପର୍ଯ୍ୟାବରଣ ମିତ୍ର ପୁରସ୍କାର ପାଇଛନ୍ତି। ତାଙ୍କ ନେତୃତ୍ୱ ରେ ୨୦୧୦ ମସିହାରେ ଜୟଦୂର୍ଗା ହାଇସ୍କୁଲ ର ବିଜ୍ଞାନ କ୍ଲବ୍ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ନର୍ଲା ବ୍ଲକ ତୁଳାଗାଁର ସ୍ବର୍ଗତ ଗଙ୍ଗାଧର କର ଏବଂ  ସ୍ନେହଲତା କରଙ୍କ ପୁଅ ସନ୍ତୋଷ ଜାତୀୟ ଶିକ୍ଷକ ପୁରସ୍କାର ପାଇବା ଖବର ପ୍ରଚାରିତ ହେବାପରେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories