www.samajalive.in
Monday, December 15, 2025
14.1 C
Bhubaneswar

ଜନ୍ମାଷ୍ଟମୀରେ ରାଧାଗୋବିନ୍ଦଙ୍କ ସୁନାବଶ

ଆଠଗଡ: ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଉପଲକ୍ଷେ ମଙ୍ଗଳବାର ଆଠଗଡର ଆରାଧ୍ୟ ପ୍ରଭୁ ରାଧାଗୋବିନ୍ଦ ଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ରାଜବଂଶ ବୈଷ୍ଣବ ଧର୍ମବଲମ୍ବୀ ହୋଇଥିବାରୁ ପରମ୍ପରା ଅନୁଯାଇ ଜନ୍ମାଷ୍ଟମୀର ପରଦିନ ଏଠାରେ  ରାଧାଗୋବିନ୍ଦଙ୍କ ଜନ୍ମାଷ୍ଟମୀ ପାଳନ ଓ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁନାବେଶ ଅନୁଷ୍ଠିତ ହୋଇଥିଲା ।

ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସହକାରୀ ଜିଲାପାଳ ମାନସ କୁମାର ବେହେରା ଓ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ସନ୍ଧ୍ୟା ପୂର୍ବରୁ ଉପକୋଷାଗାରରୁ ଶ୍ରୀଜୀଉଙ୍କର ସମସ୍ତ (ମୋଟ ୧୮୪୮ ଗ୍ରାମ ୭୦୦ ମିଲିଗ୍ରାମ) ସୁନା ଅଳଙ୍କାର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ମନ୍ଦିରକୁ ଅଣାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ମନ୍ଦିରର ପୂଜକ ସୁବାସ ଚନ୍ଦ୍ର ପଣ୍ଡା ଓ ଅନ୍ୟ ସେବାୟତଙ୍କ ସହାୟତାରେ ଶ୍ରୀ ଜୀଉଙ୍କର ସମସ୍ତ ପୂଜାନୀତି ଶେଷ କରିବା ପରେ ଦିଅଁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା।

- Advertisement -

ସନ୍ଧ୍ୟା ଆଳତି ସମ୍ପନ୍ନ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମୁଖ୍ୟ ଦ୍ଵାର ଉନ୍ମୁକ୍ତ କରାଯାଇଥିଲା। ଶ୍ରୀ ରାଧାଗୋବିନ୍ଦଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ବରେ ମନ୍ଦିରର କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁନାବେଶ ପରେ ରାତିରେ ଶ୍ରୀ ଜୀଉଙ୍କର ସମସ୍ତ ସୁନା ଅଳଙ୍କାର ପୁନର୍ବାର ପୁଲିସ ସୁରକ୍ଷା ମଧ୍ଯରେ ନିଆଯାଇ ଉପକୋଷାଗାରରେ ରଖାଯାଇଥିଲା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories