ଘର ଭିତରେ ପଶିଲା ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜରୁ ନିର୍ଗତ ପାଉଁଶ ପାଣି
ନିମ୍ନମାନର କାମ ଅଭିଯୋଗ ଓ କ୍ଷତିପୁରଣ ଦାବି କରି ଜାତୀୟ ରାଜପଥ ଅବରୋଧ
ଗୁରୁଡିଝାଟିଆ: ୫୫ ନଂ ଜାତୀୟ ରାଜପଥର ଓରନ୍ଦା ନିକଟରେ ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜ ରୁ ଲଗାଣ ବର୍ଷା ଫଳରେ ପାଉଁଶ ପାଣି ବୋହି ଘରେ ପଶିବା ଓ ଚାଷଜମି କ୍ଷତିଗ୍ରସ୍ତ ହେବା ଘଟଣାରେ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷବ୍ୟକ୍ତ କରିବା ସହିତ ରାଜପଥ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି। ଏହାକୁ ନେଇ ଗ୍ରାମର କିଛି ଯୁବକ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସମବେତ ହୋଇ କ୍ଷତିପୁରଣ ଦାବି ପ୍ଲାଏ ଓଭର ବ୍ରିଜରେ ଭର୍ତ୍ତି ହେଉଥିବା ପାଉଁଶକୁ ସଠିକ୍ ଢଙ୍ଗରେ ପୋତିବା, ରାସ୍ତାର ଉଭୟ ପାଶ୍ୱର୍ରେ ଜଳନିସ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରିବା ଆଦି ଦାବି ନେଇ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ଯାହା ଫଳରେ କି ୧ କିଲୋମିଟର ପର୍ଯ୍ୟନ୍ତ ଯାନବାହନ ଅଟକି ରହିଥିଲା। ଘଟଣା ସଂପର୍କରେ ଖବର ପାଇ ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ ମହାନ୍ତି, ଏସଡିପିଓ ଉମାକାନ୍ତ ନାୟକ, ଆଠଗଡ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ପହଞ୍ôଚ ରାସ୍ତା ଅବରୋଧ କରିଥିବା ଉତ୍ୟକ୍ତ ଜନତାଙ୍କୁ ବୁଝାଇଥିଲେ। ଜାତୀୟ ରାଜପଥର ବରିଷ୍ଠ ଅଧିକାରୀ ଉପରୋକ୍ତ ପ୍ରଶାସନିକ ଅଧିକାରୀ ଓ ରାସ୍ତା ଅବରୋଧ କରିଥିବା ଜନସାଧାରଣଙ୍କ ନେତୃବୃନ୍ଦଙ୍କ ସହିତ ଆଲୋଚନା ହୋଇଥିଲା।
ପାଉଁଶ ପାଣି ଦ୍ୱାରା ଘରବାରି ଓ ଚାଷକ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ କ୍ଷତିପୁରଣ ଦେବା ଓ ଅନ୍ୟାନ୍ୟ ଦାବିଗୁଡିକୁ ଖୁବଶୀଘ୍ର ପୂରଣ କରିବା ନିମନ୍ତେ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୁଚନାଯୋଗ୍ୟ ଗତକାଲି ରାତିରେ ମୁଷଳଧାରାରେ ବର୍ଷା ହେବା ଫଳରେ ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜରେ ବିଛାଯାଇଥିôବା ପାଉଁଶ ବର୍ଷାଜଳ ଦ୍ୱାରା ବାହାରି ଆସି ଗାଁର ରାସ୍ତା, ବେଉରା ଘର ପରିବାର ଓ ଅନୁସୂଚିତ ଜାତି ସାହିର ରହିବା ଘର ଏବଂ ଚୁଲିମୁଣ୍ଡରେ ୬ଇଞ୍ଚ ମୋଟର ଆସ୍ତରଣ ଜମାଇଦେଇଥିଲା। ଏପରିକି ଗାଁ ରାସ୍ତାରେ ପାଉଁଶପାଣି ଜମି ରହିଥିବାରୁ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଘୋର ଅସୁବିଧାର ସମ୍ମୁଖିନ ହୋଇଥିଲେ। ସେଠାରେ ଥିବା ଭୂତଳ ରାସ୍ତାର ମରାମତି ଓ ଅନ୍ୟାନ୍ୟଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବ ବୋଲି ଆଲୋଚନାରେ ସ୍ଥିରୀକୃତ ହୋଇଅଛି।
Comments are closed.