ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମର ଯୁବକ ସଦାନନ୍ଦ ପ୍ରଧାନ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ରବିବାର ଦିନ ଆକସ୍ମିକ ଭାବେ ସେ ମୃତ୍ୟୁବରଣ କରିଥିଲେ। ଜ୍ବରରେ ପୀଡିତ ହୋଇ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସୁରଟର ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ ସଦାନନ୍ଦଙ୍କ ପରିବାରରେ କେବଳ ତାଙ୍କ ସ୍ତ୍ରୀ ଏବଂ ୫ ବର୍ଷର ପୁଅଟିଏ ଅଛି। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ। ତେବେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କଣ୍ଟିଆଗଡ଼ ଯାଇ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନା ଏବଂ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ସେହିପରି କରପଡା ଗ୍ରାମର ଦିପୁଦାସ ହୃଦଘାତରେ ପ୍ରାଣ ହରାଇଥିବା ବେଳର ତାଙ୍କ ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ବିଧାୟକ।
Popular Categories



