www.samajalive.in
Wednesday, December 10, 2025
16.1 C
Bhubaneswar

ଜନ୍ମାଷ୍ଟମୀରେ ଦୁର୍ଗା ଦେବୀଙ୍କ ଲାଗି ମାଟି ଅନୁକୂଳ

ଆଠଗଡ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଠଗଡ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମା ଲାଗି ମାଟି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସରସିକପୁର ଦୁର୍ଗାପୂଜା କମିଟି ପକ୍ଷରୁ ରାଧାରସିକଦେବଙ୍କ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ସାହିର ଆରାଧ୍ୟା ମା ଭୂଆଶୁଣି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା ପରେ ମା’ଙ୍କର ଆଜ୍ଞାମାଳ ସହିତ ଶାସନ ପୋଖରୀ ନିକଟକୁ ଆସିଥିଲେ। ଶାସନ ପୋଖରୀ କୂଳରେ ପୂଜା କମିଟି କର୍ମକର୍ତ୍ତା ଓ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୁଳ କରାଯାଇଥିଲା। ପୂଜକ କାଳିପ୍ରସାଦ ମିଶ୍ର ଏବଂ ପୂଜାର କର୍ତ୍ତା ଭାବେ ଧର୍ମାନନ୍ଦ ସାହୁ ପୂଜାକର୍ମ ସମ୍ପାଦନ କରି ମାଟି ଅନୁକୁଳ କରିଥିଲେ। ପୂର୍ବ କର୍ତ୍ତା ଶିକ୍ଷାବିତ ନବକିଶୋର ରାଉତ, ରତ୍ନାକର ସାହୁ, ସାହି କମିଟି ସଭାପତି ମିହିର କୁମାର ତ୍ରିପାଠୀ, ସଂପାଦକ ଲକ୍ଷ୍ମୀଧର ସ୍ୱାଇଁ, ପୂଜା କମିଟି ସଂପାଦକ ଦିଲ୍ଲୀପ କୁମାର ବାରିକ, ପ୍ରଭାତ କୁମାର ମିଶ୍ର, ଦ୍ୱିତୀକୃଷ୍ଣ ପାଲ, ଅଜୟ କୁମାର ସାହୁ, ପ୍ରାଣବନ୍ଧୁ ବାରିକ, ରାକେଶ ସାହୁ, ଦୁର୍ଗା ଚରଣ ସାହୁ, ଗୋପାଳ ଜେନା ଓ ବିଷ୍ଣୁ ଜେନା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ଆଠଗଡ ଦୁର୍ଗାବଜାର, କନ୍ତୋଲ ଦୁର୍ଗାବଜାର ଓ ହାଟ ବଜାର ଏବଂ ଚାନ୍ଦବାଲିଛକ ବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ଅନୁରୁପ ଭାବେ ପାରମ୍ପରିକ ପୂଜାର୍ଚ୍ଚନା ସହ ମାଟି ଅନୁକୁଳ କରାଯାଇଥିଲା।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories