www.samajalive.in
Wednesday, December 10, 2025
16.1 C
Bhubaneswar

ଦକ୍ଷତା ବୃଦ୍ଧି ନିମନ୍ତେ ନାଲକୋ ପକ୍ଷରୁ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଭାରତ ସରକାରଙ୍କ ’ସ୍କିଲ୍ ଇଣ୍ଡିଆ ଇନିସିଏଟିଭର ଅଂଶବିଶେଷ ସ୍ୱରୂପ, ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଭାରତୀୟ ଲୌହ ଓ ଇସ୍ପାତ ଦକ୍ଷତା ପରିଷଦ ସହିତ ନାଲକୋ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣା ମାଧ୍ୟମରେ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ଦ୍ବାରା କମ୍ପାନୀର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦକ୍ଷତା ମୂଲ୍ୟାଙ୍କନ ଏବଂ ପ୍ରମାଣନ କରାଯିବ। ନାଲକୋ ଏବଂ ଆଇ.ଆଇ.ଏସ୍.ଏସ୍.ଏସ୍.ସି. ମଧ୍ୟରେ ହୋଇଥିବା ଏମଓୟୁ କମ୍ପାନୀର ମାନବ ସମ୍ବଳ ଦକ୍ଷତାକୁ ଶିଳ୍ପ ମାନକ କ୍ଷେତ୍ରରେ ବୃଦ୍ଧି କରିବାରେ ସହାୟକ ହେବ। ଏହି ଅବସରରେ ନାଲକୋ ସି.ଏମ୍.ଡି. ଶ୍ରୀଧର ପାତ୍ର କହିଛନ୍ତି ଯେ, ଏହି ଦକ୍ଷତା ପ୍ରଶିକ୍ଷଣ ଦ୍ବାରା ଦ୍ଭବିଷ୍ୟତରେ କମ୍ପାନୀର ନିରନ୍ତର ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରି ହେବ।

ଧନ୍ଦା ମୂଳକ ଶିକ୍ଷା ବିକାଶ କ୍ଷେତ୍ରରେ ଉନ୍ନତି ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ଜାତୀୟ ଦକ୍ଷତା ବିକାଶ ନୀତି ୨୦୦୯ ଆଧାରରେ ଭାରତୀୟ ଲୌହ ଏବଂ ଇସ୍ପାତ ଦକ୍ଷତା ପରିଷଦ ଗଠନ କରାଯାଇଥିଲା। ଭୁବନେଶ୍ବର ସ୍ଥିତ ନାଲକୋ ମୁଖ୍ୟାଳୟରେ ନାଲକୋ ସିଏମଡି ଶ୍ରୀଧର ପାତ୍ର ତଥା ଆଇ.ଆଇ.ଏସ୍.ଏସ୍. ଏସ୍.ସି. ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସୁସିମ ବାନାର୍ଜୀ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ, ପ୍ରୀତମ ଶଙ୍କର ପୁରକାୟସ୍ଥଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ନାଲକୋର ନିର୍ଦ୍ଦେଶକ ମଣ୍ଡଳୀଙ୍କ ସହ ଦୁଇ ସଂସ୍ଥାର ବରିଷ୍ଠ ଅଧିକାରୀଗଣ ଏବଂ ବି.ପି.ଏନ.ଏସ.ଆଇ.ର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories