www.samajalive.in
Sunday, December 7, 2025
23.1 C
Bhubaneswar

ଗୀତା ଆବୃତି ପ୍ରତିଯୋଗୀତା

ଫୁଲବାଣୀ: ସ୍ଥାନୀୟ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଗୀତା ଆବୃତି ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଫୁଲବାଣୀ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଜ୍ଞାନ ମିଶନର ଅନିର୍ବାଣା ନନ୍ଦ ଗିରି, ବିଦ୍ୟାଳୟର ନିର୍ଦ୍ଦେଶକ କିଶୋର ପ୍ରଧାନ, ସଂପାଦକ ମାନସ କହଁର, ଅଧ୍ୟକ୍ଷ ଶୁଭ୍ରାରାଣୀ ପଟନାୟକ, ଉପାଧ୍ୟକ୍ଷ ସସ୍ମିତା ବାଗ୍‌ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଚାରକ ଭାବେ ଗୌରି ଶଙ୍କର ମହାପାତ୍ର, ପ୍ରତାପ କୁମାର ପଣ୍ଡା ଏବଂ ସ୍ୱାମୀ ବିବୁଧ ନାରାୟଣ ସ୍ୱାମୀ ଯୋଗ ଦେଇଥିବା ବେଳେ ୩ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା। ବିିଭନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ସ୍ୱାଧୀ ମୌତ୍ରୀ,ସାଇ ଶୁଭମ ମହାନ୍ତି ଏବଂ ପପୁନି କହଁର ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ରାକେଶ ରୋଶନ ମଲିକ, ଲିଓନାଡ଼୍‌ ନନ୍ଦ, ଚନ୍ଦ୍ରକାନ୍ତ କହଁର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଚିସ୍‌ମୁସ୍‌ ନାୟକ, ତେଜସ୍ୱୀ ପ୍ରଧାନ ଏବଂ ଚନ୍ଦ୍ରକାନ୍ତ କହଁର ପ୍ରମୁଖ ପ୍ରତିଯୋଗୀ ମାନେ ଆଗାମି ଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଲା ସ୍ତରୀୟ ଗୀତା ଆବୃତି ପ୍ରତିଯୋଗିତାରେ ଭାଗ ନେବେ ବୋଲି କୁହାଯାଇଛି। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର ସେଠୀ, କଲ୍ୟାଣୀ ପ୍ରଧାନ, ପ୍ରଣତି ବେହେରା, ଅସ୍ମିତା ପାଢୀ ଓ ମେନସୀ ପାଟସନ୍‌ ପ୍ରମୁଖ ସହଯୋଗ କରିଥିଲେ। କୃତୀତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories