www.samajalive.in
Sunday, December 7, 2025
14.1 C
Bhubaneswar

ପାଟ ରାଖି ପିନ୍ଧିଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ସୋମବାର ରକ୍ଷାବନ୍ଧନ ଏବଂ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଛି। ବାସୁଙ୍ଗା ପାଟରେ ପଟରା ବିଶୋଇ ସେବକ ପ୍ରସ୍ତୁତ କରିଥିବା ରାଖିଗୁଡିକୁ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ବଳଭଦ୍ର ଶ୍ରୀଭୂଜରେ ପରିଧାନ କରିଛନ୍ତି। ଏହାଛଡା ପ୍ରଭୁଙ୍କୁ ଗୁଆର ମାଳ ଲାଗି କରାଯାଉଛି। ପରମ୍ପରା ଅନୁଯାୟୀ ଭଉଣୀ ସୁଭଦ୍ରା ଶ୍ରାବଣ ପୂର୍ଣ୍ଣିମା ତିଥିରେ ଦୁଇଭାଇ ଜଗା ବଳିଆଙ୍କ ହାତରେ ରାଖି ବାନ୍ଧିଛନ୍ତି। ଶ୍ରୀମନ୍ଦିର ରତ୍ନସିଂହାସନରେ ପାଳିତ ହୋଇଥିବା ପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସେହିପରି ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମ ବିଧି ପାଳିତ ହୋଇଛି। ଶ୍ରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ବିମାନବଡୁ ସେବକମାନେ ଚଉଦୋଳରେ ବିଜେ କରିଥିଲେ। ଶୋଭାଯାତ୍ରାରେ ସୁଦର୍ଶନଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀକୁ ବିଜେ କରାଯାଇଥିଲା। ଶୁଦ୍ଧ ସୁଆର ସେବକଙ୍କ ଦ୍ବାରା ମାଟିରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା। ପୂଜାପଣ୍ଡା ସେବକ ସେଥିରେ ଜୀବନ୍ୟାସ କରିଥିଲେ। ବୈଦିକ ରୀତିରେ ଜନ୍ମବିଧି ସମ୍ପନ୍ନ ହୋଇଥିଲା। ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ପୂଜାପଣ୍ଡା ପଞ୍ଚ ଉପଚାରରେ ତାହାକୁ ଭୋଗ କରିଥିଲେ। ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ବନ୍ଦାପନା କରାଯାଇଥିଲା। ଏହାପରେ ମାଟି ମୂର୍ତ୍ତି ପାଣିରେ ବିସର୍ଜନ କରାଯାଇଥିଲା। ଚକ୍ରରାଜ ଶ୍ରୀ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହୁଡା଼ ବିଜେ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories