ଆରବିଆଇ ମୁଖ୍ୟାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକ
ସମାଜ ଡିଜିଟାଲ ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଖ୍ୟାଳୟକୁ ବୋମାରେ ଉଡ଼ାଇଦେବାକୁ ମିଳିଛି ଧମକ। ଆରବିଆଇର କଷ୍ଟମର କେୟାର ନମ୍ବରକୁ କଲ୍ କରି ଏଭଳି ଧମକ ଦିଆଯାଇଛି। ଫୋନ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର ଏ ତଇବାର ସିଇଓ ବୋଲି ପରିଚୟ ଦେଇଛି। ଶନିବାର ସକାଳେ ଏହି ଧମକପୂର୍ଣ୍ଣ ଫୋନ କଲ୍ ଆସିଥିବାବେଳେ ବମ୍ବେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହା ପୂର୍ବରୁ ଆତଙ୍କବାଦୀଙ୍କ ନାମରେ ଦେଶର ବିଭିନ୍ନ ବିମାନ କମ୍ପାନୀ ଧମକ ଦିଆଯାଇଆସୁଥିଲା। ଯାହାଫଳରେ ବିମାନ କମ୍ପାନୀଗୁଡ଼ିକ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ପରେ ପରେ ନାମୀଦାମୀ ହୋଟେଲକୁ ବି ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା।
Mumbai: RBI receives threat call
– Threat on customer care line.
– Input: Threat call on Saturday morning.
– ‘Caller claimed to be Lashkar CEO’
– Mumbai Police registers complaint.
– Police: Hoax call case registered.@Nilesh_isme joins @prathibhatweets with more details. pic.twitter.com/MwXB2M3oma
— TIMES NOW (@TimesNow) November 17, 2024
Comments are closed.