www.samajalive.in
Monday, December 15, 2025
26.1 C
Bhubaneswar

ବୃଦ୍ଧଙ୍କ ଏଟିଏମ କାର୍ଡ ବଦଳ କରି ଟଙ୍କା ଲୁଟ୍‌

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷିଠାରେ ଥିବା ଏସବିଆଇ ଏଟିଏମ ପରିସରକୁ ଟଙ୍କା ଉଠାଣକୁ ଯାଇଥିବା ଜଣେ ବୃଦ୍ଧଙ୍କ ଏଟିଏମ କାର୍ଡକୁ ଚଞ୍ଚକତା କରି ବଦଳ କରିବା ସହ ଟଙ୍କା ଲୁଟ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, କନିଷିରେ ରହୁଥିବା ହରିହର ମହାପାତ୍ର ଶନିବାର ଅପରାହ୍ନରେ ହାଟଠାରେ ଥିବା ଏଟିଏମକୁ ଟଙ୍କା ଉଠାଣ କରିବାକୁ ଯାଇଥିଲେ। ସେହି ସମୟରେ ଟଙ୍କା ଉଠାଣ ହୋଇ ନ ଥିଲା। ତାଙ୍କ ପଛରେ ଠିଆ ହୋଇଥିବା ଜଣେ ଯୁବକ ଚଞ୍ଚକତା କରି କଥାବାର୍ତ୍ତା ଆଳରେ ହରିହରଙ୍କ ଏଟିଏମ କାର୍ଡକୁ ବଦଳ କରି ଦେଇଥିଲେ। ଟଙ୍କା ଉଠାଣ ନ ହେବାରୁ ହରିହର ଘରକୁ ଚାଲି ଯାଇଥିଲେ। ଆଜି ସକାଳୁ ତାଙ୍କ ମୋବାଇଲକୁ ୨୯ ହଜାର ଟଙ୍କା ୩ଟି କିସ୍ତିରେ ଉଠାଣ ହୋଇଥିବା ମେସେଜ ଆସିଥିଲା। ତାଙ୍କର ସନ୍ଦେହ ହେବାରୁ ସେ ନିଜ ଏଟିଏମ କାର୍ଡକୁ ଦେଖିଥିଲେ। ଉକ୍ତ ଏଟିଏମ କାର୍ଡଟି ତାଙ୍କର ହୋଇ ନ ଥିବା ବେଳେ ସେଥିରେ ରବି. କେ ବୋଲି ଲେଖାଯାଇଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ଠକାମିର ଶିକାର ହୋଇଥିବା ଜାଣି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ପକ୍ଷରୁ ୪୯୦/୨୪ରେ ଏକ ମାମଲା ରୁଜୁ କରି ଏଟିଏମ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଏହା ସହିତ ହରିହରଙ୍କ ନିକଟରେ ଥିବା ଏଟିଏମ କାର୍ଡକୁ ନେଇ ପୁଲିସ ତଦନ୍ତ କରୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories