www.samajalive.in
Friday, December 12, 2025
19.1 C
Bhubaneswar

ବାଇକ୍ ସହ ମଦ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବାଇକ ଓ ୩୦ ଲିଟର ଚୋରା ଦେଶୀ ମଦ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଠଗଡ ଅବକାରୀ ସ୍କ୍ଵାଡ୍‌ ପକ୍ଷରୁ ରବିବାର ବିଭିନ୍ନ ରାସ୍ତାରେ ଯାଞ୍ଚ ଚାଲିଥିବାବେଳେ ଏହି ମଦ ଜବତ ହୋଇଥିଲା । ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର ଆଠଗଡ ଏନଏସି ୧ନଂ ୱାର୍ଡ ଅନ୍ତର୍ଗତ ହେମମାଳପୁର ଛକଠାରେ ଅବକାରୀ ସ୍କ୍ୱାଡ୍‌ ଦ୍ରୁତଗତିରେ ଯାଉଥିବା ଏକ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ଦୁଇଟି ରବର ବ୍ଲାଡରରେ ଚାଲାଣ ହେଉଥିବା ୩୦ ଲିଟର ଦେଶୀ ମଦକୁ ଜବତ କରିଥିଲେ। ମଦ ଚାଲାଣ କରୁଥିବା ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡି ଅଞ୍ଚଳର ମିଥୁନ ବେହେରା ନାମକ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଆଠଗଡ ଅବକାରୀ ଉପଅଧୀକ୍ଷକ ନିମାଇଁ ଚରଣ ସିଂହଙ୍କ ନେତୃତ୍ଵରେ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ସହକାରୀ ଉପନିରୀକ୍ଷକ ସରୋଜ କୁମାର ସାହୁଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଚଢାଉରେ ଅଂଶଗ୍ରହଣ କରିଥିଲେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories