www.samajalive.in
Saturday, December 6, 2025
16.1 C
Bhubaneswar

ଖୁବ୍ ଶୀଘ୍ର ବଡ ଡାକ୍ତରଖାନାରେ ହୃତ୍‌ପିଣ୍ଡ ପ୍ରତିରୋପଣ

କଟକ :କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ହୃତ୍‌ପିଣ୍ଡ ପ୍ରତିରୋପଣ। ଏଥିପାଇଁ ଶନିବାର ଚେନ୍ନଇର ମହାତ୍ମା ଗାନ୍ଧୀ ହେଲ୍‌ଥ କେୟାର ଇନଷ୍ଟିଚ୍ୟୁଟର (ଏମଜିଏମ )ଡାକ୍ତରୀ ଦଳ ଏସ୍‌ସିବି ମେଡ଼ିକାଲରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ସିଟିଭିଏସ୍ ବହିର୍ବିଭାଗରେ ଚାରି ଜଣ ରୋଗୀଙ୍କ ସ୍କ୍ରିନିଂ କରାଯାଇଛି। ପୂର୍ବରୁ ପ୍ରତିରୋପଣ ମେଡ଼ିକାଲ ପକ୍ଷରୁ ଦୁଇ ଜଣ ରୋଗୀଙ୍କୁ ଚୟନ କରାଯାଇଥିବାବେଳେ ଆଉ ଚାରି ଜଣଙ୍କ ସ୍କ୍ରିନିଂ କରାଯାଇଛି। ଏପରିକି ଆଗାମୀ ତିନି ମାସ ମଧ୍ୟରେ ହୃତପିଣ୍ଡ ପ୍ରତିରୋପଣ କରାଯିବା ନେଇ ମେଡିକାଲ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସ୍କ୍ରିନିଂରେ ଏମଜିଏମ ହେଲ୍‌ଥ କେୟାରର ସହକାରୀ ନିର୍ଦେଶକ ଡା. ସୁରେଶ ରାଓଙ୍କ ସମେତ ଏସ୍‌ସିବି ହୃଦ୍‌ରୋଗ ବିଭାଗର ଡାକ୍ତର ସାମିଲ ଥିଲେ। ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏସ୍‌ସିବି ଗସ୍ତରେ ଅସି ସ୍କ୍ରିନିଂ ହୃତପିଣ୍ଡ ପ୍ରତିରୋପଣ ହେବାକୁ ଥିବା ପ୍ରଥମ ରୋଗୀଙ୍କ ସହ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକାଶଥାଉ କି,୨୩ ଅକ୍ଟୋବରରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଚେନ୍ନଇ ଏମଜିଏମ ହସ୍ପିଟାଲ ସହ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହାପରେ ଏମଜିଏମ ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଟିମ ଏସ୍‌ସିବିରେ ପହଞ୍ଚି କାର୍ଡ଼ିଓଲୋଜି ବିଭାଗର ଭିତ୍ତିଭୂମି ଓ ଅନ୍ୟାନ୍ୟ ପ୍ରକ୍ରିୟା ତଦାରଖ କରିଥିଲେ। ପ୍ରତିରୋପଣ ପାଇଁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରିବାହୋଇଛି; ଡୋନର ମିଳିବା ପରେ ତୁରନ୍ତ ପ୍ରତିରୋପଣ ହେବ ବୋଲି ସିଟିଭିଏସ ବିଭାଗ ମୁଖ୍ୟ ଡା. ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories