www.samajalive.in
Sunday, December 7, 2025
23.1 C
Bhubaneswar

ବୈକୁଣ୍ଠଧାମ ଆଶ୍ରମରେ ଉତ୍ତେଜନା, ପହଞ୍ଚିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକ ବାବାଙ୍କୁ କଳ୍‌କୀ ଅବତାର ଦର୍ଶାଇ ସିଂହାସନରେ ବସାଇ ପୂଜା କରିବା ଏବଂ ତା’ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ଏସବୁ ବନ୍ଦ କରିବା ଦାବିରେ ସ୍ଥାନୀୟ ଲୋକେ ଆଶ୍ରମ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଆଶ୍ରମରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ସ୍ଥିତି ପରଖୁଛି। ଏହି ଘଟଣାରେ ଶିଶୁ ସୁରକ୍ଷା ଆୟୋଗ ନିଜଆଡୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଭରତପୁର ଥାନାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ଭଗବାନଙ୍କ ଅବତାର ନାଁରେ ଜଣେ ନାବାଳକକୁ ବାବା କରି ତା’କୁ ସିଂହାସନରେ ବସାଇ ପୂଜା କରାଯାଇଆସୁଥିଲା। ତା’ ପାଦ ତଳେ ତୁଳସୀ ଏବଂ ଭାଗବତ ଗୀତା ରଖାଯାଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ଏହା ହିନ୍ଦୁମାନଙ୍କ ଭାବାବେଗକୁ କୁଠାରାଘାତ କରୁଥିବା ଦର୍ଶାଇ ରାଜ୍ୟ ସମାଜସେବୀ ମହାସଂଘ ତୀବ୍ର ବିରୋଧ କରିଥିଲା। ଏ ନେଇ ମହାସଂଘ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ଭରତପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ ଆଶ୍ରମକୁ ଯାଇଥିବାବେଳେ ସେଠାରେ ନାବାଳକ ବାବା ଏବଂ ତାଙ୍କ ବାପା ସେଠାରେ ନ ଥିଲେ। ତେଣୁ ପୁଲିସ ଅନ୍ତେବାସୀମାନଙ୍କୁ ପଚରାଉଚରା କରି ଥାନାରେ ହାଜର ହେବାକୁ ନୋଟିସ ଜାରି କରି ଫେରିଆସିଥିଲା। ରବିବାର ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆଶ୍ରମରେ ପ୍ରବେଶ ଉଦ୍ୟମ କରିବାରୁ ଅନ୍ତୋବାସୀ ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ପୁଲିସ ଏଠାକୁ ଆସିଥିବା କର୍ମଚାରୀମାନେ କହିଛନ୍ତି।

- Advertisement -

ଅନ୍ୟପଟେ ବାବା ଯାଜପୁରରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଲୀଳାକ୍ଷେଳା କ୍ଷେତ୍ର ଖଣ୍ଡଗିରି ବୋଲି ଆଶ୍ରମ ସଭାପତି ପାଣ୍ଡବ ପରିଡ଼ା କହିଥିଲେ। ତେବେ ଆଶ୍ରମ ଭିତରେ ଦାମୀ ବାଇକ ଏବଂ କାର ରହିଥିବା ଦେଖିବାକୁ ମିଳିଛି। କିଛି ଅନ୍ତେବାସୀ କହିଛନ୍ତି ଯେ, ଏଠାରେ ପ୍ରବଚନ ଦିଆଯାଏ। ନାବାଳକ ବାବାଙ୍କ ବାପା କାଶୀନାଥ ମିଶ୍ର ଏଠାକୁ ଆସି ପ୍ରବଚନ ଦିଅନ୍ତି ବୋଲି ସେମାନେ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories