www.samajalive.in
Monday, December 8, 2025
27.1 C
Bhubaneswar

‘ମୋ ପୁଅ ଠାକୁର ନୁହେଁ’: ଏମିତି ପ୍ରତିକ୍ରିୟା ରଖିଲେ ବୈକୁଣ୍ଠଧାମ ଆଶ୍ରମରେ ପୂଜା କରାଯାଉଥିବା ନାବାଳକଙ୍କ ବାପା

ସମାଜ ଡିଜିଟାଲ ଡେସ୍କ: ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକକୁ କଳ୍‌କୀ ଅବତାର ବୋଲି ଦର୍ଶାଇ ପୂଜା କରିବା ଏବଂ ତାଙ୍କ ପାତ ତଳେ ତୁଳସୀ ଓ ଭାଗବତ ଗୀତା ରଖାଯିବା ଫଟୋ ପ୍ରଘଟ ହେବା ପରେ ବିବାଦ ଆରମ୍ଭ ହୋଇଛି। ନାବାଳକ ଜଣକ ପ୍ରବଚକ ପଣ୍ଡିତ କାଶୀନାଥ ମିଶ୍ରଙ୍କ ପୁଅ ବୋଲି ଜଣାପଡ଼ିଛି। ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି କାଶୀନାଥ ମିଶ୍ର। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ପୁଅ ଠାକୁର ନୁହେଁ। ୧୦ ବର୍ଷ ତଳେ ମୋ ପୁଅକୁ ୫ବର୍ଷ ହୋଇଥିଲା। ସେତେବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ହୋଇଥିଲା। ସେହି ଫଟୋ ପ୍ରଘଟ ହେଉଛି ଏବଂ ତା’ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଛି। ସେ କିମ୍ବା ତାଙ୍କ ସ୍ତ୍ରୀ ଉପସ୍ଥିତ ନ ଥିଲେ। ତାଙ୍କୁ ବଦନାମ କରିବା ଲାଗି କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରି ଜାଣିଶୁଣି ଏଭଳି କରିଛନ୍ତି ବୋଲି କାଶୀନାଥ କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ କି ପ୍ରଚାର କରିନାହିଁ। ଫଟୋରେ କୌଣସି ଭୁଲ ନାହିଁ। ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଇଛି। ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ସେ ସାରା ବିଶ୍ଵରେ କାମ କରୁଛନ୍ତି। ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ ବୋଲି ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories