www.samajalive.in
Monday, December 8, 2025
20.1 C
Bhubaneswar

ପୂର୍ବତନ ସିଜେଆଇ ବିଚାରପତି ନ ହୋଇ ଅଧ୍ୟାପକ ହେବା ଉଚିତ ଥିଲା: ଉଦ୍ଧବ ଠାକରେ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ। ଚନ୍ଦ୍ରଚୂଡ଼ ଶିବ ସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି କରି ନ ଥିବାରୁ ସେ ଅସନ୍ତୋଷ ଥିବା ଠାକରେ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଠାକରେ କହିଛନ୍ତି, ଚନ୍ଦ୍ରଚୂଡ଼ ନ୍ୟାୟ ଦେବା ବଦଳରେ ଜଣେ ଭାଷ୍ୟକାର ଭାବେ ଅବସର ନେଲେ। ସେ ବିଚାରପତି ନ ହୋଇ ଆଇନ ଅଧ୍ୟାପକ ହେବା ଉଚିତ ଥିଲା। ଏଥିରେ ତାଙ୍କୁ ଅଧିକ ଯଶ ମିଳିପାରି ଥାଆନ୍ତା।

ଠାକରେ ମହାରାଷ୍ଟ୍ର​‌ରେ ବିଜେପି ସରକାରକୁ ଧୂର୍ତ୍ତ ବୋଲି କହିବା ସହିତ କଂଗ୍ରେସ ନେତୃତ୍ଵ ସମ୍ମାନସ୍ପଦ ବୋଲି ମତ ଦେଇଛନ୍ତି। ବିଜେପି ତୁଳନାରେ କଂଗ୍ରେସ ମଧ୍ୟରେ ମାନବିକତା ଅଧିକ ରହିଛି। ଆଜିର ବିଜେପି କେବଳ ଅନ୍ୟକୁ ବ୍ୟବହାର କରି ଫିଙ୍ଗୁଛି(ୟୁଜ ଆଣ୍ଡ ଥ୍ରୋ)। ଦେବେନ୍ଦ୍ର ଫଡନବୀସ ଯଦି ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମହାରାଷ୍ଟ୍ର ଧ୍ବଂସ ହୋଇଯିବ।

- Advertisement -

ଅଦାନୀ-ଧାରାବୀ ପ୍ରସଙ୍ଗରେ ଠାକରେ କହିଛନ୍ତି, ସେ କୌଣସି ବ୍ୟକ୍ତିବିଶେଷଙ୍କୁ ବିରୋଧ କରୁନାହାନ୍ତି। କିନ୍ତୁ ଯେଉଁଭଳି ଭାବରେ ଅଦାନୀଙ୍କୁ ବମ୍ବେ ଦାନ କରିଦିଆଗଲା ତାହା କଦାବି ଗ୍ରହଣଯୋଗ୍ୟ ନୁହେଁ। ବ୍ରିଟିଶ କାଳରେ ଯେପରି ବମ୍ବେକୁ ଯୌତୁକ ଭାବେ ଦାନ କରିଦିଆଯାଇଥିଲା, ବର୍ତ୍ତମାନ ସେହିଭଳି ଅନୁଭବ ହେଉଛି। ସରକାର କିଏ ଗଢ଼ିବ ତାହା ଜନସାଧାରଣ ନିଷ୍ପତ୍ତି ନେବେ, ଅଦାନୀ ନୁହେଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories