ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

ରାଉରକେଲା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କ ପତ୍ନୀଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଜିଙ୍ଗିଆ ଓରାମ୍। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀ ମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ଭୁବନେଶ୍ଵର ଲୁମ୍ବିନୀବିହାରସ୍ଥିତ ବାସଭବନକୁ ଯାଇ  ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି। ତାଙ୍କର ପୈତୃକ ଗାଁ ସୁନ୍ଦରଗଡ  କେନ୍ଦୁଡିହି କୁ ତାଙ୍କର ପାର୍ଥିବ ଶରୀରକୁ ନିଆଯାଇଛି। ଆଜି ତାଙ୍କର ଶେଷକୃତ୍ୟ ହେବ ।

Comments are closed.